କମିସନରେଟ ପୁଲିସର ପଞ୍ଝାରେ ୪ ପେଶାଦାର ଅପରାଧୀ

କଟକ, (ନାଗରାଜ ନ୍ୟୁଜ): ଦଶହରା ପୂର୍ବରୁ କଟକରେ ଅପରାଧୀ ଧର ପଗଡ ତଥା ଅପରାଧ ଦମନ ଉପରେ ଗୁରୁତ୍ୱାରୋପ କରିଛି କଟକ କମିସନରେଟ ପୁଲିସ । ଏହି କ୍ରମରେ ବାଦାମବାଡ଼ି ପୁଲିସ କବ୍ଜାରେ ୪ ଜଣ ପେଶାଦାର ଅପରାଧୀ ଧରାପଡିଛନ୍ତି । ସେମାନଙ୍କ ଠାରୁ ପୁଲିସ ୩ ଟି ବନ୍ଧୁକ ଓ ୧୬ ଟି ଅଫୁଟା ଗୁଳି ଜବତ କରିଛି ।

ସବୁଠାରୁ ବଡ କଥା ହେଉଛି, ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଆଲବମ ଅଭିନେତା ତଥା ନିର୍ଦ୍ଦେଶକ ଜିତୁ ରାଉତ। କଟକର ଅନ୍ୟତମ ପେଶାଦାର ଅପରାଧୀ ନବ ଓରଫ ଜ୍ଞାନ ସାହୁ ବନ୍ଧୁକ କାରବାର କରୁଥିବା ନେଇ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇ ପୁଲିସ ନବଙ୍କୁ କାବୁ କରିଥିଲା । ନବଙ୍କୁ ପୋଲିସ ପ୍ରଥମେ କାବୁ କରି ପଚରା ଉଚୁରା କରିବା ପରେ ଅନ୍ୟ ୩ ଅଭିଯୁକ୍ତଙ୍କ ବାବଦରେ ପୁଲିସକୁ ସୂଚନା ମିଳିଥିଲା । ତେବେ ବନ୍ଧୁକ ବେପାରୀଙ୍କ ଠାରୁ ଜିତୁ ୪ ଟି ବନ୍ଧୁକ କିଣି ବିଭିନ୍ନ ଲୋକଙ୍କୁ ବିକ୍ରି କରିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା, କିନ୍ତୁ ରେଡ଼ ସମୟରେ ଜିତୁ ପାଖରୁ ଗୋଟେ ବନ୍ଧୁକ ଜବତ କରାଯାଇଛି ।

Leave a Reply

Your email address will not be published.