ସେନା ବାହିନୀରେ ଯୋଗଦେଲେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀର ଚାରିଜଣ ଛାତ୍ର,ସଫଳତାର ଉତ୍ସବ ପାଳିଲା ଏକାଡେମୀ

ଖଇରା,(ନାଗରାଜ ନ୍ୟୁଜ): ସେନା ବାହିନୀରେ ଯୋଗଦେଲେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଥିବା କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀର ଚାରିଜଣ ଛାତ୍ର।ଛାତ୍ରଙ୍କ ସଫଳତା ପାଇଁ ଖୁସିରେ ଉତ୍ସବ ପାଳିବା ସହିତ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା କଲେ ଡିଫେନ୍ସ ଏକାଡେମୀର ଛାତ୍ରଛାତ୍ରୀ ଏବଂ ଶିକ୍ଷକ।ଦେଢ଼ ବର୍ଷ ହେବ ଖଇରା ଅଞ୍ଚଳର କାର୍ଯ୍ୟରତ ଯବାନ ମାନେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ ଖୋଲି ଅଞ୍ଚଳ ତଥା ଓଡ଼ିଶାର ଯୁବକ ଯୁବତୀ ମାନଙ୍କୁ ମାଗଣାରେ ଆର୍ମି ପ୍ରଶିକ୍ଷଣ ଦେଇଆସୁଛନ୍ତି।ଏହି ଏକାଡେମୀରେ ଅଞ୍ଚଳର ୨୨ଜଣ କାର୍ଯ୍ୟରତ ଯବାନ ଏହି ପ୍ରଶିକ୍ଷଣ ଦେଉଥିବା ବେଳେ ୮୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି।ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚାରିଜଣ ଛାତ୍ର ଇଣ୍ଟରଭ୍ୟୁରେ କୃତିତ୍ୱ ହାସଲ କରି ସେନା ବାହୀନିରେ ଯୋଗ ଦେଇଛନ୍ତି।ଆଜି ପ୍ରଥମେ ଏହି ଚାରିଜଣ ଛାତ୍ରଙ୍କୁ ଖଇରା ବ୍ଲକ ବିଡ଼ିଓ ପର୍ଶୁରାମ ପଣ୍ଡା ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧନା ଦେଇଥିଲେ।ପରେ ଏକାଡେମୀର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ହାତରେ ତ୍ରିରଙ୍ଗା ପତାକା ଧରି ଖଇରା ବଜାରରୁ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେଉଥିବା ନାୟାଖଣ୍ଡି ପଡ଼ିଆ ପର୍ଯ୍ୟନ୍ତ ନାଚି ନାଚି ଦେଶାତ୍ମକବୋଧ ସ୍ଲୁଗାନ ପକାଇ ଏକ ଶୋଭାଯାତ୍ରା କରିଥିଲେ।ଚାରିଜଣ ଛାତ୍ର ଏହି ସଫଳତା ପାଇଁ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀର ସମସ୍ତ ଶିକ୍ଷକଙ୍କୁ ଶ୍ରେୟ ଦେବାସହିତ ଏହି ଏକାଡେମୀ ପାଇଁ ସେମାନେ ଦେଶ ମାର ସେବା କରିବାର ସୁଭାଗ୍ୟ ପାଇଥିବା କହିଛନ୍ତି।ଅନ୍ୟପଟେ ଏକାଡେମୀର ଶିକ୍ଷକମାନେ ଏକାଡେମୀ ଖୋଲି ମାଗଣା ପ୍ରଶିକ୍ଷଣର ଉଦେଶ୍ୟ ସଫଳ ହୋଇଥିବା କହିବା ସହିତ ବେଶ ଖୁସି ଅନୁଭବ କରିଛନ୍ତି।ସେନାବାହିନୀରେ ଯୋଗ ଦେଇଥିବା ଚାରିଜଣ ଛାତ୍ରହେଲେ ଭଦ୍ରକ ଜିଲ୍ଲା ଅଣିଜ ଗାଁର କାହ୍ନୁଚରଣ ଦେହୁରୀ,ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଗାଁର ଆର୍ ଏସ୍ ରଞ୍ଜନ ପରିଡ଼ା, ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବାଲିଖଣ୍ଡ ଗାଁର ଶ୍ରୀକାନ୍ତ ଶିଅଳ ଏବଂ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସୁଲତାନପୁର ଗାଁର ଜନ୍ମେଜୟ ନାୟକ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.