ଓଡ଼ିଶା ମୋଟର ଚାଳକ ସଂଘ ଷଡ଼ଙ୍ଗୀ ତରଫରୁ ରୋଗିଙ୍କୁ ଫଳ ବଣ୍ଟନ

ଗଁଦିଆ, (ନାଗରାଜ ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ମୋଟର ଚାଳକ ସଂଘ ତରଫରୁ ଗଁଦିଆ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗିମାନଙ୍କୁ ଫଳ ବଣ୍ଟନ କରିଥିଲେ । ତତସହିତ ଆଜିର ଦିବସକୁ ମୋଟର ଚାଳକ ଦିବସ ରୁପେ ଘୋଷଣା କରିବାଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଂଘର ଆବାହକ ନିରଞ୍ଜନ ଦାସ, ସଭାପତି ବିଦ୍ୟାଧର ଗୁରୁ, ଉପ ସଭାପତି ପ୍ରଶାନ୍ତ ପରିଡା, କୋଷାଧ୍ୟକ୍ଷ ବିପିନ୍ ରାଉତ, ବଳିଷ୍ଠ କାର୍ଯ୍ୟକର୍ତାଙ୍କ ନେତୃତ୍ୱରେ ଶାତାଧିକ ମୋଟର ଚାଳକ ଷଡ଼ଙ୍ଗୀ ଆଖଣ୍ଡଳମଣି ଛକରୁ ଏକ ମୋଟରସାଇକେଲ ରାଲି ବାହାରି ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ରୋଗିମାନଙ୍କୁ ଏବଂ ପ୍ରଶୁତି ମହିଳା ମାନଙ୍କୁ ଫଳ, କ୍ଷୀର ଓ ବିସ୍କୁଟ ଓ ବଣ୍ଟନ କରିଥିଲେ । ଏହିପରି ମହତ୍ କାର୍ଯ୍ୟକୁ ଗଁଦିଆ ବ୍ଲକର ଜନସାଧାରଣଙ୍କ ସହିତ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ପ୍ରଶାନ୍ତ କୁମାର ସେଠୀ ସାଧୁବାଦ ଜଣାଇଥିଲେ ।

Leave a Reply

Your email address will not be published.