ଅଘୋଷିତ କବିତା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପ୍ରକାଶ ପାଇଲା ଚଳିତ ବର୍ଷର ପ୍ରଥମ ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ । ପ୍ରଥମ ସ୍ଥାନ ଅଧିକାର କଲା ଗଞ୍ଜାମ ଜିଲ୍ଲା । ଏଠାରେ ସ୍ମରଣଯୋଗ୍ଯ କି ଗତ ତା ୨୩/୦୧/୨୦୨୩ ରିଖ ସୋମବାର ଥିଲା ନେତାଜୀ ଜୟନ୍ତୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସକୁ ନେତାଜୀ ଜୟନ୍ତୀ ଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ” ମୋ ଅନୁଷ୍ଠାନ ” ଓ ” ଆମେ ଭାରତବାସୀ ” ହ୍ବାର୍ଟସପ୍ ଗୃପ୍ କୁ କେତେଗୁଡିଏ କବିତା ଆସିଥିଲା । ଯାହାକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆଯାଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ନିମନ୍ତେ ଚୟନ କରାଯାଇଥିଲା । ଅନୁଷ୍ଠାନର ଦୁଇ ସମୀକ୍ଷାକାରିଣୀ ସୁଜାତା ଦାସ ମହାନ୍ତି, କଟକ ଏବଂ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ । ଦୁଇ ସମୀକ୍ଷା କାରିଣୀଙ୍କ ସମୀକ୍ଷାକୁ ଆଧାର କରି ଫଳାଫଳ ପ୍ରକାଶ କରାଯାଇଛି । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗଞ୍ଜାମ ଜିଲ୍ଲାର କବି ସୀମାଞ୍ଚଳ ପଣ୍ଡା । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାର କବୟିତ୍ରୀ ମିନତୀ ଦାଶ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର କବୟିତ୍ରୀ ରଞ୍ଜୁଲତା ପାଢ଼ୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସୁନ୍ଦର କବିତା ଲେଖି ଅଘୋଷିତ କବିତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଏବଂ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ସୁନାମ କରନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଚଲାପଥ କୁସୁମିତ ହେଉ ବୋଲି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.