ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ

କଟକ,(ନାଗରାଜ ନ୍ୟୁଜ): ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ ର ସାଧାରଣ ଅଧିବେଶନ କଟକ ଛତ୍ରବଜାର ଶ୍ରୀ ଶ୍ରୀ ଗଣେଶଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ଏହି ସଭାରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ ଓ ଗ୍ରହଣ ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ପ୍ରାଦେଶିକ ସଭ୍ୟ, ଆଜୀବନ ସଭ୍ୟ, ପୃଷ୍ଠପୋଷକ ସଭ୍ୟ , ମହିଳା ସଭ୍ୟା ଶିରୋମଣି ତଥା ସମାଜ ର ପ୍ରାଦେଶିକ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଯୋଗଦେଇଥିଲେ। ପ୍ରଥମେ ସଭାପତି ଙ୍କ ଅଭିଭାଷଣ ଓ ପରେ ସମ୍ପାଦକୀୟ ବିବରଣୀ ପାଠ କରାଯାଇଥିଲା। ଏହା ପରେ ସମ୍ବିଧାନ ର ଆଂଶିକ ସଂଶୋଧନ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ସମାଜର ନିର୍ବାଚନ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଦ୍ବାରା ନିର୍ବାଚନ କମିଟି ମାଧ୍ୟମରେ ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ ର ସଭାପତି ଭାବେ ପୁନର୍ବାର ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ସାହୁ ନିର୍ବାଚିତ ହୋଇଥିଲେ। ସୁନୀଲ କୁମାର ସାହୁ,ତ୍ରୀନାଥ ସରାଫ ଉପସଭାପତି, ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ସାହୁ, ଯୁବ ସଂଗଠନ ସଭାପତି ଭାବେ ବିନୋଦ ଚନ୍ଦ୍ର ସାହୁ, ଭୀମସେନ ସାହୁ ଯୁବ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ ର ମହିଳା ସଂଗଠନ ପ୍ରଥମ ଥର ପାଇଁ ଗଠନ କରାଯାଇଥିଲା।

Leave a Reply

Your email address will not be published.