ମା’ ଗଡଚଣ୍ଡିଙ୍କ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ଘଟୋ ଉତ୍ତୋଳନ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଗଡ ଗ୍ରାମରେ ଥିବା ମା’ ଗଡ ଚଣ୍ଡୀଙ୍କ ଦ୍ବିତୀୟ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ଘଟୋଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପୁରୁଖା ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ପଣ୍ଡିତମାନଙ୍କ ସହଯୋଗରେ କଳସ ଅଣାଯାଇ ଅଧିବାସ ଆରମ୍ଭ ହୋଇଛି । ୧୬ ତାରିଖ ବୁଧବାର ଦିନ ଦିବସ ବ୍ୟାପି ଯଜ୍ଞ ଓ ପ୍ରସାଦ ସେବନ କାର୍ଯ୍ୟ ଜାରି ରହିବ ବୋଲି ଆୟଜକମାନେ ପ୍ରକାଶ କରିଛନ୍ତି । କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବା ନେଇ ସ୍ଥିର ହୋଇଛି । ମୋଟ ୧୭ ଜଣ ଶ୍ରଦ୍ଧାଳୁ କଳସ ଆଣିଛନ୍ତି ।

ଏଥିରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ଦିନବନ୍ଧୁ ପାଣି, ଭଗବାନ ପଣ୍ଡା, କେଶବ କୁମାର ପାଣି, ଶଶାଙ୍କ ଶେଖର ପତ୍ରୀ, ପରମାନନ୍ଦ ପଣ୍ଡା ଓ ରମେଶ କୁମାର ପଣ୍ଡା ପ୍ରମୁଖ ଯଜ୍ଞ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ସେଣ୍ଢ, ଲମ୍ବୋଦର ବେହେରା, ପ୍ରତାପ ସେଣ୍ଢ ଓ ଦୁଷ୍ମନ୍ତ ମହାନ୍ତି ପ୍ରମୁଖ ଗ୍ରାମବାସୀ ମୁଖ୍ୟ ଭାବେ ଅଂଶ ଗ୍ରହଣ କରି ଦାୟିତ୍ୱ ସମ୍ପାଦନ କରୁଅଛନ୍ତି ।

 

Leave a Reply

Your email address will not be published.