ଗଡ଼ପୋଷ ଦେହୁରୀ ପଡ଼ାରେ ଗଜଲକ୍ଷ୍ମୀ ପୂଜା ପାଳିତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଅନ୍ତର୍ଗତ ଗଡ଼ପୋଷ ଦେହୁରୀ ପଡ଼ା ଠାରେ ମା’ ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବର ଭାବେ ପାଳିତ ହେଉଛି । ଦୀର୍ଘ ୩୫ବର୍ଷ ହେବ ଏହି ସ୍ଥାନରେ ମା’ ଗଜଲକ୍ଷ୍ମୀ ପୂଜା ପାଇ ଆସୁଛନ୍ତି । କୋଭିଡ ପୂର୍ବରୁ ବହୁ ଆଡମ୍ବର ସହ ଏକ ସପ୍ତାହ ପର୍ଯ୍ୟନ୍ତ ଏଠାରେ ମା’ଙ୍କ ପୂଜା ଅର୍ଚ୍ଚନା ହେଉଥିଲା । ଏହାସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁ ମାତ୍ର ତିନି ଦିନ ପାଇଁ ମା’ ଗଜଲକ୍ଷ୍ମୀ ଏଠାରେ ପୂଜା ପାଇବେ ।

କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇ ପାରିବ ନାହିଁ । କରୋନା କଟକଣା ଯୋଗୁ ମା’ଙ୍କ ପୂଜା ମଣ୍ଡପ ଫିକା ପଡିଛି । ଏହି ପୂଜାରେ ପୂଜା କମିଟିର ସଞ୍ଜୟ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ପଙ୍କଜବାଗ, ରମେଶ ଭଏସାଲ,ସିତୁବାଗ, ଲକ୍ଷ୍ମୀ ଆଚାର୍ଯ୍ୟ, କମଳପିଲେଇ ଓ ଚିନ୍ତାମଣି କାଲୋ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published.