ରାଜଗାଙ୍ଗପୁର ସହରରେ ଗଜଲକ୍ଷ୍ମୀ ପୂଜା ପାଳିତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ଆଜି ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ମା’ଙ୍କ ଆଗମନରେ ଚଳଚଞ୍ଚଳ ହୋଇ ପଡିଛି ସହର ଠାରୁ ପୂରପଲ୍ଲୀ । ହେଲେ କରୋନା କଟକଣା ଯୋଗୁ ଖାଁ ଖାଁ ଲାଗୁଛି ମା’ଙ୍କ ପୂଜା ମଣ୍ଡପ । ରାଜଗାଙ୍ଗପୁର ଗଜଲକ୍ଷ୍ମୀ ପୂଜା ମଧ୍ୟ ସେଥିରୁ ବାଦ ପଡିନି । କୋଭିଡ କଟକଣା ଓ ସରକାରଙ୍କ ନିତି ନିୟମକୁ ମାନି ସହରରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମାଁ ଗଜଲକ୍ଷ୍ମୀ ପୂଜା ଅତି ନିରାଡ଼ମ୍ବର ଭାବେ ପାଳିତ ହେଉଛି । ମାତ୍ର ପାଞ୍ଚ, ସାତ ଜଣ ଲୋକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । ଏହି ପୂଜା ତିନି ଦିନ ଧରି ଚାଲିବ । ଅନ୍ୟ ବର୍ଷ ମାନଙ୍କରେ ଏହି ପୂଜା ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ । ହେଲେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଚାରିଆଡ଼େ ଖାଁ ଖାଁ ଜଣାପଡୁଛି ।

Leave a Reply

Your email address will not be published.