ଅଲ୍ ଓଡ଼ିଶା ଲୟର୍ସ ଅସୋସିଏସନର ସୁବର୍ଣ୍ଣ ଜୟନ୍ତୀ ସମାରୋହ

କଟକ,(ନାଗରାଜ ନ୍ୟୁଜ): ଅଲ୍ ଓଡ଼ିଶା ଲୟର୍ସ ଅସୋସିଏସନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓଡ଼ିଶାର ପ୍ରଥମ ବାରିଷ୍ଟର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟି କଟକ ଜିଲ୍ଲା ସାଲେପୁରର ସତ୍ୟଭାମାପୁର ଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସମାରୋହରେ ହାଇକୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତି ବିଶ୍ୱନାଥ ରଥ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ । ସେହିପରି ଦ୍ଵିତୀୟ ଦିନ ଉତ୍ସବରେ ବାଚସ୍ପତ୍ତି ସୂର୍ୟ୍ୟନାରାୟଣ ପାତ୍ର, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ଓଡିଶା ହାଇକୋର୍ଟର ବହୁ ବରିଷ୍ଟ ଆଇନିଜୀବୀ ଯୋଗଦେଇଥିଲେ । ଆଇନିଜିବୀମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ଏହି ଦୁଇଦିନିଆ ସମାରୋହରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published.