ପୁରୀରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ

ପୁରୀ,(ନାଗରାଜ ନ୍ୟୁଜ): ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆଜି ଅପରାହ୍ନ ରେ ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଆୟୋଜିତ ହୋଇଯାଇଛି। ଏହି ମେଳାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉଦଘାଟନ କରି ଏହି ଭଳି ମେଳା ଆୟୋଜନ ଦ୍ୱାରା ବୁଣାକାର ମାନେ ସେମାନଙ୍କ ସାମଗ୍ରୀ ର ପ୍ରଦର୍ଶନ ସହ ବିକ୍ରି ପାଇଁ ସୁଯୋଗ ସୃଷ୍ଟି କରାଯାଇ ପାରୁଛି ବୋଲି କହିଥିଲେ।ଗ୍ରାହକ ମାନଙ୍କ ପାଇଁ ଶତକଡା ୧୦ ଭାଗ ରିହାତି ଥିବାରୁ ଲୋକ ମାନେ ସାମଗ୍ରୀ କ୍ରୟ ପାଇଁ ଆଗ୍ରହୀ ହେବେ ବୋଲି ସେ ଆଶା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ, ,ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ କଟକ, ସୋନପୁର, ବାଲେଶ୍ବର, ଖୋର୍ଦ୍ଧା ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର ୩୩ ଗୋଟି ବୁଣାକାର ସେମାନଙ୍କର ବସ୍ତ୍ର ର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଯୋଗଦାନ କରିଛନ୍ତି।ଏହି ମେଳା ଚଳିତ ମାସ ୧୫ ତାରିଖ ପର୍ଯନ୍ତ ଚାଲିବ ।

Leave a Reply

Your email address will not be published.