ମୁଖ୍ୟମନ୍ତ୍ରୀଙ୍କୁ ଉଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ


ବଲାଙ୍ଗିର: କରୋନା ମହାମାରୀ ଏଠି ଜୀବନ ଜିବିକାକୁ ବହୁଳ ମାତ୍ରାରେ ପ୍ରଭାବିତ କରିଛି । ବହୁ ଜଣ ଲକଡାଉନ ଓ ସଟଡାଉନ ପାଇ ନିଜର ବୃତି ବ୍ୟବସାୟକୁ ହରାଇ ବସିଛନ୍ତି, କିନ୍ତୁ ଏହାର ଅଧିକ ପ୍ରଭାବ ପଡିଛି ଆଦିବାସୀ‌ ଅଞ୍ଚଳରେ । ଏଠି ଲୋକମାନେ ଲକଡାଉନ ଓ ସଟଡାଉନ ଯୋଗୁଁ ନଖାଇ ନପିଇ ଭୋଖ ଉପାସରେ ଦିନ କାଟୁଛନ୍ତି । ତତସହିତ କରୋନା ମହାମାରୀ ହେତୁ ସ୍କୁଲ, କଲେଜ ବନ୍ଦ ରହିଥିବାରୁ ଅନଲାଇନ କ୍ଲାସ କରାଯାଉଛି, କିନ୍ତୁ ଏହି ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନଥିବାରୁ ପିଲାଙ୍କ ପାଠପଢ଼ା ବ୍ୟାଘାତ ହେଉଛି । ଏହାସହିତ ଏହି ଜନଜାତୀ ଲୋକେ ଅନେକ ଅସୁବିଧା ଦେଇ କାଳାତିପାତ କରୁଛନ୍ତି ।

ସେଥିପାଇଁ ସେମାନେ ଆଜି ନିଜ ସମସ୍ୟା ସମ୍ବଳିତ ଦଶ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବଲାଙ୍ଗିର ଜ଼ିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପ୍ରଦାନ କାରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜ଼ିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ଆଲୋଚନା କରିଥିଲେ । ଦାବିପତ୍ର ଦେବା ବେଳେ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ବଲାଙ୍ଗିର ନଗର ସଭାପତି ନିରଞ୍ଜନ ମାଝି, ଉପସଭାପତି ଅଚ୍ୟୁତ ଧରୁଆ ଓ ଘନ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବଲାଙ୍ଗିରରୁ ନୀଳାଞ୍ଚି ବିଶିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.