ହରିଶଙ୍କରରେ ଜଳ ଜାଗରଣ ଅଭିଯାନ 

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପାଟଣାଗଡ଼ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ଜୟତରୁଣ ଯୁବକ ରେଙ୍ଗାଲଜୁରୀ ମିଳିତ ଆନୁକୁଲ୍ୟରେରେ ଜଳ ସଂରକ୍ଷଣ ଅଭିଯାନ ହରିଶଙ୍କର ସ୍ଥିତ ସିଆରସି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ିଆ ମୁଖ୍ୟ ଅତିଥି, ଡ଼ିପିଏମ, ଆଇସିଜି, ଡ଼ିଆରଡ଼ିଏ ଅଧିକାରୀ ଘନଶ୍ୟାମ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଅଧିକାରୀ ଅଭି ନରସିମ୍ହା କୁମାର, ନେହେରୁ, ନେହେରୁ ଯୁବ କେନ୍ଦ୍ର ଏପିକେ ବିପିନ ବିହାରୀ ଜେନା, ଏମଟିଏସ ବଳିୟାର ସିଂ ବସ୍ତିଆ, ଅଞ୍ଚଳ ହାଇସ୍କୁଲ ପାଢ଼େଲ ପ୍ରଧାନ ଶିକ୍ଷକ ସୁଧୀର ନନ୍ଦ ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଜଳ ଜାଗରଣ ଓ ବର୍ଷା ଜଳ ସଂରକ୍ଷଣର ଆବଶ୍ୟକତାର ବିଭିନ୍ନ ଦିଗ ଉପରେ ଉପସ୍ଥିତଥିବା ବିଭିନ୍ନ ବ୍ଲକର ସ୍ୱେଚ୍ଛାସେବୀ ଓ ବିଭିନ୍ନ କ୍ଲବର ସ୍ବେଛାସେବୀ ମାନଙ୍କ ସହ ଅବଗତ କରିଥିଲେ । ବଲାଙ୍ଗୀର ଜିଲ୍ଲାର ପ୍ରତ୍ୟେକ ବ୍ଲକର ସ୍ୱେଚ୍ଛାସେବୀ ଯୋଗଦେଇଥିବାବେଳେ ଖପ୍ରାଖୋଲ ବ୍ଲକର ବେନକେରା ଯୁବକ ସଂଘ, ସହିଦ ଭଗତ ସିଂ ଯୁବକ ସଙ୍ଘ ସର୍ଗିପାଲି, ଅଲିଭା ଯୁବକ ସଂଘ ପତ୍ରାପାଲି, ମହାରପଦର ଯୁବକ ସଂଘ, ପଡ଼ିଆବାହାଲ ଆଦିଗ୍ରାମ ର ଯୁବକ ସଂଘର ସ୍ୱେଚ୍ଛାସେବୀ, ନେହରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ଶମ୍ଭୁ ପ୍ରସାଦ ଘିଭେଳା ଓ ଭବାନୀ ଶଙ୍କର ଦାଶ , ଜୟ ତରୁଣ ଯୁବକ ସଂଘ ର ସମ୍ପାଦକ ଜଗନ୍ନାଥ ବରିହାଙ୍କ ସହ ସଂଘ ର ସଭାପତି ଘାସିରାମ ମଲ୍ଲିକ, ସଦସ୍ୟ ଅନିଲ ବରିହା, ନିମାଇଁ ଚରଣ ଷାଣ୍ଢ, ଅମୀର ବରିହା, ଶୁନୀଳ ପୁଟେଲ, ଅମନ ପୁଟେଲ ପ୍ରମୁଖ ସହଯୋଗ କରିଥିବା ବେଳେ, ନେହରୁ ଯୁବ କେନ୍ଦ୍ରର ପୂର୍ବତନ ସ୍ବେଛାସେବୀ ସନ୍ତୋଷ କୁମାର ଘିଭେଲା, ତଉଳ ନାଏକ, ଶ୍ରୀ ବେହେରା ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ କୁ ବିପିନ ବିହାରୀ ଜେନା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.