ୟୁଡି ଗ୍ରୁପର ସହାୟତା

ଭଦ୍ରକ: ରାଜ୍ୟରେ ମେ ୨୬ ତାରିଖରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରିଥିଲା । ଲ୍ୟାଣ୍ଡଫଲ କରିବା କ୍ଷଣି ବହୁ ଧନ ଜିବନ ନଷ୍ଟ କରିଥିଲା । ଏହାର ପ୍ରଭାବ ବହୁ ଜିଲ୍ଲାମାନଙ୍କ ଉପରେ ପଡିଥିଲା । ବାତ୍ୟା ୟାସ୍ ଦ୍ବାରା ବେଶି କ୍ଷୟକ୍ଷତି ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ହୋଇଥିଲା । କାହାର ଘର ଭାଙ୍ଗିଯାଇଥିଲା ତ ଆଉ କାହାର ଧନ ଜୀବନ ବହୁଳ ମାତ୍ରାରେ ନଷ୍ଟ ହୋଇଥିଲା । ତଥାପି ପ୍ରସାଶନ ଓ ସରକାରଙ୍କ ତରଫରୁ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଖାଲି ପ୍ରସାଶନ ଓ ସରକାର ସହାୟତା କରିନଥିଲେ ଅନେକ ସ୍ଥାନରେ ବହୁ ସ୍ଵେଚ୍ଛାସେବୀ ସଙ୍ଗଠନ ମଧ୍ୟ ବାତ୍ୟା ବିପର୍ଯ୍ୟୟ ମାନଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଥିଲେ । କାରଣ ଲୋକେ ଅନେକ ସ୍ଥାନରେ ଜଳ ଘେରି ଭିତରେ ରହିଥିବାର ଚିତ୍ର ନଜରକୁ ଆସିଥିଲା । ଯେଉଁଠି ଗମନାଗମନର ବ୍ୟବସ୍ଥା ଠପ, ସେଠି ଖାଦ୍ୟ ପାନୀୟର କଥା ଆସୁଛି କେଉଁଠି । ଏହି କଥାକୁ ହୃଦୟଙ୍ଗମ କରି ସହାୟତା ପାଇଁ ଆଗକୁ ଆସିଛି ୟୁଡି ଗ୍ରୁପ।

ୟୁଡି ଗ୍ରୁପର ଏଭଳି ଉଦାରତା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ବାତ୍ୟା ୟାସ୍ ପ୍ରଭାବରେ ଭଦ୍ରକରେ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ସହ ଅନେକ ଗାଁ ଜଳମଗ୍ନ ରହିଛି । ଏହି ୟୁଡି ଗ୍ରୁପର ସମସ୍ତ ସଦସ୍ୟ ଜଳ ଘେରିରେ ଥିବା ସମସ୍ତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏହାସହିତ ଏହି ବିପତି ସମୟରେ ନିରାଶ୍ରୟଙ୍କ ସହାୟତ ପାଇଁ ଆଗେଇ ଆସିଛନ୍ତି । ୟୁଡି ଗ୍ରୁପର ଏଭଳି କାର୍ଯ୍ୟକୁ ଭଦ୍ରକ ବାସୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published.