ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଛି ଶେଷକୃତ୍ୟ

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଛି ଶେଷକୃତ୍ୟ । ହାଇଦ୍ରାବାଦରୁ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଭୁବନେଶ୍ୱର କିମ୍ସ ଶବଗୃହରେ ରଖାଯାଇଥିଲା । ପରେ ଭୁବନେଶ୍ୱର ସ୍ଥିତ ବାସଭବନରେ ମରଶରୀର କୁ ଶେଷଦର୍ଶନ ପାଇଁ ନିଆଯାଇଥିଲା ।

ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେଇଛି ଶେଷକୃତ୍ୟ । ପିଣ୍ଟୁ ନନ୍ଦ ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଆଲବମ ହିରୋରୁ ଫିଲ୍ମ ହିରୋ, କମେଡିରୁ ଭିଲେନ, ଅଭିନୟର ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ପିଣ୍ଟୁ । ସେପଟେ ପିଣ୍ଟୁଙ୍କ ବିୟୋଗ ପରେ ଶୋକରେ ବୁଡିଛି ପୂରା ଓଲିଉଡ୍ ।

Leave a Reply

Your email address will not be published.