ଖଇରା ବ୍ଲକରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସଭା ଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ବିଡ଼ିଓ ପର୍ଶୁରାମ ପଣ୍ଡା,ଚେୟାରମ୍ୟାନ ଅଭିଲିପ୍ସା ସାହୁ, ବିଏସଏସ ଓ ସାଲିମା ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ, ରଶ୍ମିତା ମହାପାତ୍ର, ମାନସ ଦାଶ, ରମାକାନ୍ତ ମହାନ୍ତି ମଞ୍ଚାସୀନ ଥିଲେ । ବ୍ଲକ କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧି ଏବଂ ଏସ ଏଚ ଜି ମହିଳା ମାନେ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଭାଷଣ ସୁନ୍ଦର ଥିଲା । ପରେ ପରେ ମହିଳା ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ ହୋଇଥିଲା । ଯେଉଁଥିରେ ଅଧ୍ଯକ୍ଷା ଶ୍ରୀମତୀ ସାହୁ ସାମିଲ ହୋଇଥିଲେ ।

ବାଲେଶ୍ୱର ଜିଲ୍ଲା ଖଇରାରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.