ଆଜିବି ବଞ୍ଚିରହିଛି ମାନବିକତା

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ଏବେବି ବଞ୍ଚିରହିଛି ମାନବିକତା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଭୂବନେଶ୍ବର ଇନ୍ଫୋସିଟି ଥାନା ଆଇଆଇସି‌ ସସ୍ମିତା ମିଶ୍ର ଏକ ଦୃଷ୍ଟିହୀନ ଦମ୍ପତ୍ତିଙ୍କର ଦୃଷ୍ଟି ହୀନ ଶିଶୁ କନ୍ୟାର କର୍କଟ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ତେବେ କମିସନରେଟର ପୋଲିସର କିଛି ଅଧିକାରୀ ଓ ଅଧିକାରୀଣି ନିଜର ଆଚ୍ଚରଣ ପାଇଁ ନିନ୍ଦାରେ ରହୁଥିବାବେଳେ ଆଉ ଜଣେ ପୋଲିସ ଅଧିକାରୀଣି ସସ୍ମିତା ମିଶ୍ର ନିଜର ମହାନ କାମ ପାଇଁ ପ୍ରସଂଶା ସାଉଁଟିଛନ୍ତି । ତେବେ ଏହି ମହାନ ପୋଲିସ ଅଧିକାରୀଣିଙ୍କ ପାଇଁ କମିସନରେଟ ପୋଲିସର ଗାରିମା ବଢିଯାଇଛି ।

Leave a Reply

Your email address will not be published.