ସ୍ୱାମୀ ଆକ୍ରମଣରେ ପତ୍ନୀ ଗୁରୁତର, ମେଡିକାଲରେ ଭର୍ତି

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ପଂଚାୟତ ଶୀତଳବସା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ପାରିବାରିକ କଳହର କରୁଣ ପରିଣତି ଏହି ଗାଁରେ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ କାଲି ମଧ୍ୟରାତ୍ରିରେ ଶୀତଳବସା ଗାଁର ରଞ୍ଜନ ସାହୁ ତାଙ୍କ ପତ୍ନୀଙ୍କ ମଧ୍ୟ ରେ ବଚସା ହୋଇଥିଲା l ଏହି ବଚସା କାରଣରୁ ରଞ୍ଜନ ସାହୁ ତାଙ୍କ ପତ୍ନୀଙ୍କୁ ବାଡେଇ ଲହୁଲୁହାଣ କରି ନେଇ ଗୋଟିଏ ଗାତରେ ପକାଇଦେଇଥିଲେ l ଏହି ଖବର ପାଇଲା ପରେ ରଞ୍ଜନ ସାହୁଙ୍କ ଶଶୁର ଘର ଲୋକ ଓ ଗ୍ରାମବାସୀ ମିଶି ତାଙ୍କ ପତ୍ନ ଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ l ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଅବସ୍ଥା ଅଧିକ ସଂକଟାପର୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.