ପାରିବାରିକ କଳହରୁ ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଧିନରେ ଥିବା ଲାଇନ୍ ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାଯାଇଛିଯେ, ଲାଇନ୍ ପଞ୍ଚାୟତର ଲାଲଢିପା‌ ବଡମାଲ ଗ୍ରାମର କୃଷ୍ଣ ନାଗ ଏବଂ ତାଙ୍କ ସ୍ତ୍ରୀ ମଲିନାଗଙ୍କ କୈାଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଫଳରେ ସ୍ୱାମୀ କୃଷ୍ଣ ନାଗ ରାଗିଯାଇ ପାଖରେ ଥିବା ଧାରୁଆ ଅସ୍ତ୍ରରେ ନିଜ ତଣ୍ଟିକୁ କାଟିଦେଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଲାଇନ୍ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ନଥିବାରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published.