ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ପୁରୀ,(ନାଗରାଜ ନ୍ୟୁଜ): ଆଜି ଭାରତୀୟ ପର୍ଯ୍ୟଟନ ବିଭାଗ ଓ ଉତ୍କଳ ବିଦ୍ଵତ ପରିଷଦ ସହଭାଗିତାରେ ସ୍ୱଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ପୁରୀ ଭକ୍ତ ସାଲବେଗ ପିଠ ସଭା ଗୃହରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ସ୍ୱଛତା ଏବଂ ଏହାର ପ୍ରଭାବ ସମ୍ପର୍କରେ ଅବଗତ କରାଯାଇଥିଲା | ଭାରତୀୟ ପର୍ଯ୍ୟଟନ ଏବଂ ଯାତ୍ରା ପ୍ରବନ୍ଧନ ସଂସ୍ଥାନ ର ଅଧିକାରୀ ଡ଼ ଆଦ୍ୟାଶା ଦାସ , ଡ଼ ସରିତା ପ୍ରଧାନ ଓ ମୁଖ୍ୟ ଅତିଥି ଭାରତ ସରକାରଙ୍କ ନାରିକେଳ ବିକାଶ ବୋର୍ଡ ର ପୂର୍ବତନ ଉପାଧ୍ୟକ୍ଷ ଡ଼ ବିଶ୍ୱନାଥ ରଥ ଶ୍ରୀ ଜଗନ୍ନାଥ ଙ୍କ ଧାମରେ ସ୍ୱଛତା ର ଶ୍ରେଷ୍ଠ ପ୍ରଦର୍ଶନ ହୋଇପାରିଲେ ଧାମ ର ମର୍ଯ୍ୟାଦା ବୃଦ୍ଧି ହେବ ଏବଂ ଭକ୍ତ ତଥା ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ମତ ପ୍ରକାଶ କରିଥିଲେ | ପରିଷଦ ର ଅଧକ୍ଷ ମନୋଜ ରଥ ସ୍ୱାଗତ ଭାଷଣ ପ୍ରଦାନ କରି ମଂଚ ସଂଚାଳନ କରିଥିଲେ | ବିଜୟ କୃଷ୍ଣ ବ୍ରହ୍ମ| ଧନ୍ୟବାଦ ଅର୍ପଣ କରିଥିଲେ| ସିଦ୍ଧାର୍ଥ ଶଙ୍କର ନନ୍ଦ , କମଳାକାନ୍ତ ଆଚାର୍ଯ୍ୟ , ବିରଂଚି ମିଶ୍ର , ନିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ|

Leave a Reply

Your email address will not be published.