‘ମା’ କିଚକେଶ୍ୱରୀ ଦୃଷ୍ଟିହୀନ ଭଜନ ସନ୍ଧ୍ୟା’ ଗ୍ରୁପ ତରଫରୁ ଭଜନ କାର୍ଯ୍ୟକ୍ରମ

ଖଇରା,(ନାଗରାଜ ନ୍ୟୁଜ): ଖଇରା ଦୁର୍ଗା ମଣ୍ଡପ ପରିସରରେ ମା’ କିଚକେଶ୍ୱରୀ ଦୃଷ୍ଟିହୀନ ଭଜନ ସନ୍ଧ୍ୟା ତରଫରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମରପୁର, ସୋର, ବାଲେଶ୍ଵରର ଦୃଷ୍ଟିହୀନମାନେ ନିଜର ଜୀବିକା ନିର୍ବାହ ନିମନ୍ତେ ଏକତ୍ରିତ ହୋଇ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେମାନଙ୍କ ପରିବେଷଣରେ ମୁଗ୍ଧ ହୋଇ ଦର୍ଶକମାନେ ମଧ୍ୟ ଅର୍ଥ ରାଶି ପ୍ରଦାନ କରିଥିଲେ ।

Leave a Reply

Your email address will not be published.