ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଆଞ୍ଚଳିକ ସେବାସଂଗଠନ ତରଫରୁ ବିଭିନ୍ନ ପଞ୍ଚାୟତରୁ ଆଜି ଶହେ ଜଣ ଭକ୍ତ ଙ୍କୁ ଏକତ୍ରିତ କରି ଦୁଇଟି ବସରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ପାଁଇ ଆୟୋଜନ କରାଯାଇଛି l ଆଞ୍ଚଳିକ ସେବା ସଂଗଠନ ଗଁଦିଆ ବ୍ଲକ ପାଁଇ ଏକଶ୍ରେଷ୍ଠ ସଂଗଠନ  l ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭଳି ମହାନ କାର୍ଯ୍ୟକ୍ରମ ସାଧାରଣ ଜନସାଧାରଣଙ୍କ ମନକୁ ମୋହିନେଉଛି l ଏହି ସଂଗଠନ ରେ ପ୍ରତିବର୍ଷ ଭିନ୍ନ ଭିନ୍ନ ର ସେବା କରିଥାନ୍ତି ଯାହାକି, ବୃକ୍ଷ ରୋପଣ, ଶୀତ ବସ୍ତ୍ର ବଣ୍ଟନ, ଗରିବ ଲୋକ ଙ୍କୁ ଝିଅ ବିଭାଘର ପାଁଇ, ଆର୍ଥିକ ସହାୟତା, ଶବଦାହ ପାଁଇ ଆର୍ଥିକ ସହାୟତା, ଗୋ ସେବା, ସ୍ୱାସ୍ଥ୍ୟ ସେବା, ଏବଂ କରୋନା ମହାମାରୀ ସମୟରେ ଚିକିତ୍ସାଛଳୟ ରେ ସମସ୍ତ ରୋଗୀଙ୍କୁ ଖାଦ୍ୟ ବଣ୍ଟନ ଭଳି ଅନେକ ସେବା କରିଥାନ୍ତି l ଏହି ସେବା ସଂଗଠନଟିର ଏହିବର୍ଷ ସପ୍ତମ ବର୍ଷ ସେବା, ଆଜି ଏହି ସେବା କାର୍ଯ୍ୟକ୍ରମ ଆରମ୍ବ କରିବାପାଇଁ ସଂଗଠନ ର ସଭାପତି ବିଦ୍ୟାଧର ସାହୁ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଆୟୋଜନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାଣ, ସାନମାନୀୟ ଅତିଥି ଗଁଦିଆ ବ୍ଲକ ଅଧକ୍ଷା ରୀନାରାଣୀ ଖଟୁଆ, ଗୋଷ୍ଠୀ ଉନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ, ଭାରତୀୟ ତୈଳନିଗମ ର ତ୍ରିଲୋଚନ ସାହୁ, ସଂଗଠନର ସମ୍ପାଦକ ଅଭିମନ୍ୟୁ ସାହୁ, କୋଷାଧକ୍ଷ ପ୍ରଭାସ ସାହୁ,ଉପସ୍ଥିତ ଥିଲାବେଳେ ସଂଗଠନର ଉପ ସଭାପତି ତାପସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.