ଦିନ ଦ୍ବିପ୍ରହରରେ ଜେସିବି ସାହାର୍ଯ୍ୟରେ ବେଆଇନ ଭାବେ ଚାଲିଛି ଗଛ କଟା,ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ଖଇରା,(ନାଗରାଜ ନ୍ୟୁଜ): ଦିନ ଦ୍ବିପ୍ରହରରେ ଜଙ୍ଗଲରୁ ଜେସିବି ସାହାର୍ଯ୍ୟରେ ବେଆଇନ ଭାବେ ଚାଲିଛି ଗଛ କଟା, ସବୁ ଜାଣି ନିରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ।ଜେସିବି ସାହାର୍ଯ୍ୟରେ ଗଛ କଟାଯାଉଥିବାର ଦୃଶ୍ୟ ଶୋଷିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି।ଘଟଣାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ମାର୍କୋଣା ଗ୍ରାମ୍ୟ ଉନ୍ନୟନ ଉପବିଭାଗ ଖଇରା ବ୍ଲକ ଅଧିନ କଲିହା-ବ୍ରହ୍ମଚାରୀ ରାସ୍ତା କାର୍ଯ୍ୟ ଚାଲୁଥିବାବେଳେ ଉକ୍ତ ଠିକାଦାର ବେଆଇନ ଭାବେ ଜଙ୍ଗଲରେ ଥିବା ଅକାଶୀ ଗଛକୁ ବେଆଇନ ଭାବେ ଜେସିବି ସାହାର୍ଯ୍ୟରେ କାଟୁଥିବାର ଭିଡ଼ିଓ ଏବେ ଷୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି।ଘଟଣାରୁ ପ୍ରକାଶ ବ୍ରହ୍ମଚାରୀ ଗାଁରେ ପଥରକଟା ନଦୀ ଉପରେ ଏକ ପୋଲ ନିର୍ମାଣ ଚାଲିଥିବା ସହିତ ରାସ୍ତା କାର୍ଯ୍ୟ ଚାଲିଛି।ହେଲେ ଉକ୍ତ ଠିକାଦାର ବେଆଇନ ଭାବେ କାଲିହା ଜଙ୍ଗଲରେ ଥିବା ଅକାଶୀ ଗଛକୁ ଜେସିବି ସାହାର୍ଯ୍ୟରେ କାଟୁଥିବା ଦେଖିବାକୁ ମିଳିଛି।ଖଇରା ବ୍ଲକ ଗଣ୍ଡିବେଡ଼-ମାର୍କୋଣା ରାସ୍ତାର କଲିହା ଛକ ଠାରୁ ବ୍ରହ୍ମଚାରୀ ଗାଁକୁ ସଂଯୋଗ କରୁଥିବା ରାସ୍ତାର ପଥରକଟା ନଦୀ ଉପରେ ୨କୋଟି ୫ଲକ୍ଷ ଅଟକଳ ମୂଲ୍ୟରେ ଏକ ପୋଲ ସହିତ ରାସ୍ତା ନିର୍ମାଣ ଚାଲିଛି।ହେଲେ ପୋଲ କାର୍ଯ୍ୟ ସରିଯାଇଥିବା ବଳେ ଏବେ ରାସ୍ତା କାର୍ଯ୍ୟ ଚାଲିଛି।ହେଲେ ପୋଲ କାର୍ଯ୍ୟରେ ବ୍ୟବହାର ହୋଇଥିବା ମେଟ୍ରିଆଲ ନିମ୍ନମାନର ହୋଇଥିବାବେଳେ କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଠିକାଦାର ନିମ୍ନମାନର ଢଳେଇ କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।

ପରେ କିଛି ଦିନହେବ କାମ ସ୍ଥଗିତ ଥିଲା।ଆଜି ପୁଣି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଉକ୍ତ ଠିକାଦାର ବେଆଇନ ଭେବେ ଗଛ କାଟୁଥିବାର ଭିଡ଼ିଓ ଶୋଷିଆଲ ମିଡିଆରେ ଭାଇରାଲ ହେଉଛି।ଏ ନେଇ ସ୍ଥାନୀୟ ପ୍ରଶାସନ ଏବଂ ବନବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଫଳରେ ଏହି କାର୍ଯ୍ୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଉକ୍ତ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାର୍ଯ୍ୟ ସହିତ ବେଆଇନ ଗଛକଟା ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ଗଛ କାଟିବା କୌଣସି ଅନୁମତି ନଥିବା କହିଥିବାବେଳେ ଔପଦା ରେଞ୍ଜର ବବିତା ସୋରେନ ଏବଂ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରେ ଏ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେବୋଲି ପ୍ରତିଶୃତି ଦେଇଥିବାବେଳେ ଅନ୍ୟପଟେ ଉକ୍ତ ଠିକାଦାର ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବିକରିବା ସହିତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.