ବିବାହିତ ମହିଳାଙ୍କ ସହ ଅବୈଧି ସମ୍ପର୍କ, ପୋଡି ମାରିବାକୁ ଉଦ୍ୟମ କଲା ପ୍ରେମିକ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପ୍ରଥମେ ବିବାହିତ ମହିଳାଙ୍କ ସହିତ ସେକ୍ସ ଏବଂ ପରେ ମହିଳାଙ୍କ ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଂଚଳରେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ପ୍ରେମିକ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଛି । ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ହୋଇଥିବା ସୂଚନା ମିଳିଛି । ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ। ଏକ ମିସକଲରୁ ଉଭୟ ମହିଳା ଓ ଯୁବକଙ୍କ ମଧ୍ୟରେପ୍ରଥମେ ପ୍ରେମ ଓ ପରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ତେବେ ସୁନିତାଙ୍କର ଅନ୍ୟ କୌଣସି ଯୁବକଙ୍କ ସହିତ ସମ୍ପର୍କ ରହିଥିବା ସନ୍ଦେହରେ ଟୁକୁ ତାଙ୍କୁ ଚଳିତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ମୁକ୍ତାପଶି ଗାଁ ପାଖ ଜଙ୍ଗଲ ନିକଟକୁ ଆଣି ପ୍ରଥମେ ମାଡ଼ ମାରିଥିଲା । ପରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କ ଉପରେ ତାଳପତ୍ର ପକାଇ ନିଆଁ ଲଗେଇ ଦେଇ ଉକ୍ତ ସ୍ଥାନ ରୁ ଖସିଯାଇଥିଲେ । ସୌଭାଗ୍ୟ ବଶତଃ ସୁନିତା ବଞ୍ଚି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ପରେ ଅଭିଯୁକ୍ତ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଥିଲା । ଯାହାକୁ ନେଇ ଅଧିକ ତଦନ୍ତ ଚଳାଇଛନ୍ତି ଜିଲ୍ଲା ସାଇଣ୍ଟିଫିକ ଟିମ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.