ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ହାତୀଙ୍କ ଉପଦ୍ରବ ବଢିବାକୁ ଲାଗୁଥିବାବେଳେ ଏହାକୁ ରୋକିବାକୁ ବନବିଭାଗ କେତେ ସଚେତନ ତାହା ନେଇ ପ୍ରଶ୍ନ ଉଠୁଛି । ତେବେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ଗନ୍ଦିଁଆ ବ୍ଲକ ଅନ୍ତର୍ଗତ ଲଟାବାଇଁଶିଆ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ବରୁଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସବୁଦିନ ପରି ଆଜି ମଧ୍ୟ ନିଜର ଫସଲ ଜଗିବାପାଇଁ ନିଜର ଘର ନିକଟରେ ଥିବା ବିଲକୁ ଯାଇଥିଲେ । ସେହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ନିଜର ଶୁଣ୍ଢ ଦ୍ୱାରା କଚାଡ଼ି ଦେଇଥିଲା । ଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ହାତୀ ଘଉଡ଼ାଇ ଦେବା ସହ ବନବିଭାଗ କୁ ଜଣାଇଥିଲେ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ବରୁଣଙ୍କୁ ଢେଙ୍କାନାଳ ମୁଖ୍ୟ ମେଡିକାଲକୁ ନେଇଯାଇଥିଲେ । ହେଲେ ଏଠି ପ୍ରଶ୍ନ ଉଠୁଛି ଲୋକଙ୍କ ନିରାପତ୍ତା ପାଇଁ ନା ଅଛି ସୋଲାର କରେଣ୍ଟ ନା ଖୋଳା ଯାଇଛି ହାତୀ ମାନଙ୍କ ପାଇଁ ଟ୍ରେଞ୍ଚ । ତେବେ ବନବିଭାଗର ଏପରି ନିଷ୍କ୍ରିୟତା ପାଇଁ ଜନ ସାଧାରଣ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published.