ବେଗା ଗ୍ରାମ ପଞ୍ଚାୟତରେ ମନରେଗା କାମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଝଗଡା ସରପଞ୍ଚ କୁ ଘଣ୍ଟ ଘୋଡାଉଛି ପୋଲିସ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମ ପଂଚାୟତରେ ମନରେଗା ଯୋଜନାରେ ଆସିଥିବା କାମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଝଗଡା ହୋଇଥିଲା ସୂଚନାରୁ ଜଣାଯାଏ ଉକ୍ତ ପଂଚାୟତର ବଡ ପୋଖରିଆ ଠାରୁ ଗୋଠତଇଲା ମନରେଗା ଯୋଜନାରେ ଆସିଥିବା ରାସ୍ତା ନିର୍ମାଣ କାମକୁ ନେଇ 8/1/23 ରେ ଦୁଇ ଗୋଷ୍ଠି ମଧ୍ୟରେ ଝଗଡା ହୋଇଥିଲା ପରୋକ୍ଷରେ ଗୋଟିଏ ଗୋଷ୍ଠି କୁ ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଗୋଟିଏ ଗୋଷ୍ଠି କୁ ସମିତି ସଭ୍ୟା ସମର୍ଥନ କରୁଥିବାର ଜଣାଯାଏ ଉଭୟ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ନିହଲପ୍ରସାଦ ଥାନାରେ ଲିଖିତ ଭାବରେ ଅଭିଯୋଗ ହୋଇଥିଲା ପୋଲିସ କେସ ନଂ4/23ଓ କେସ ନଂ5/23ରେ ପୃଥକ ପୃଥକ ଭାବରେ ଦୁଇଟି କେସ କରିଥିଲା ଉକ୍ତ କେସର ସମାଧାନ କରିବା ନିମନ୍ତେ ପୋଲିସ ଦୁଇ ଗୋଷ୍ଠିଙ୍କୁ ଥାନାକୁ ଡାକିଥିଲା ହେଲେ ସମାଧାନର କୌଣସି ବାଟ ନବହାରିବାରୁ ପୋଲିସ ଗୋଟିଏ ଗୋଷ୍ଠିରୁ 9ଜଣ ଓ ଅନ୍ୟ ଗୋଷ୍ଠିରୁ7ଜଣ ମୋଟରେ ଉକ୍ତ କେସର16ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି କିନ୍ତୁ ଅପର ପକ୍ଷରେ ଉକ୍ତ କେଶରେ ଅଭିଯୁକ୍ତ ଥିବା ସଂଜୀବ ପୃଷ୍ଟି ଅଭିଯୋଗ କରିଛନ୍ତି ଯେ ବେଗା ପଂଚାୟତର ବର୍ତମାନ ସରପଞ୍ଚ ଥିବା ରାହୁଲ ରାୟ ମହାଳିକ ଙ୍କ ନାମରେକେସ ଥିଲେ ମଧ୍ୟ କାହିଁକି ତାଙ୍କୁ ଗିରଫ କରା ନଯାଇ ଉକ୍ତ କେସ ରୁ ତାଙ୍କୁ ପୋଲିସ ଖସାଇ ଦେଇଥିଲା ବୋଲି ସେ ସ୍ପଷ୍ଟ ଭାବରେ ଅଭିଯୋଗ କରିଛନ୍ତି ଏହି ଅଭିଯୋଗ ଉପରେ ନିହଲପ୍ରସାଦ ଆଇ ଆଇ ସି ଙ୍କୁ ପଚାରିବାରୁ ସେ ସିଧା ସଳଖ ଭାବରେ ଘଟଣାଟିକୁ ଏଡାଇ ଯିବା କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ଉକ୍ତ କେସର ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି ଏହି ଘଟଣାକୁ ନେଇ ଉକ୍ତ ପଞ୍ଚାୟତ ରେ ଉତେଜନା ଦେଖାଦେଇଛି ଏଥିରେ ସମ୍ପୃକ୍ତ ଉଭୟ ଗୋଷ୍ଠିର ଯେଉଁମାନଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି ସମସ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ସାଧାରଣରେ ଦାବି ହେଉଛି

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published. Required fields are marked *