କଟଙ୍ଗ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚଙ୍କ ଦାଇତ୍ୱ ଗ୍ରହଣ ଏବଂ ନାୟବସରପଞ୍ଚ ନିର୍ବାଚନ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅଧୀନରେ ଥିବା କଟଙ୍ଗ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ପୁଷ୍ପାକେରକେଟା ଗତକାଲି ସରପଞ୍ଚ ପଦବୀର ଦାୟିତ୍ବ ଗ୍ରହଣ କରିଥିଲେ । ପରେ ୧୮ଜଣ ୱାର୍ଡ ମେମ୍ବରକୁ ନେଇ ନାୟବ ସରପଞ୍ଚ ନିର୍ବାଚନ କରାଯାଇଥିଲା । ନାୟବ ସରପଞ୍ଚ ପାଇଁ ୪ଜଣ ପ୍ରତିଦ୍ବନ୍ଦୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ ଲୁସିଆମିଞ୍ଜ ୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ପ୍ରିଜାଡିଙ୍ଗ ଅଫିସର ଫୁଲିନ୍ଦ୍ରକୁମାର ଦେଉରିଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନାୟବସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ, ୯ଖଣ୍ଡଭୋଟପାଇଥିବା ଲୁସିଆମିଞ୍ଜକୁ ବିଧିବଦ୍ଧ ଭାବେ‌ ନାୟବ ସରପଞ୍ଚ ଘୋଷଣା କରିଥିଲେ। ନବନିର୍ବାଚିତ ସରପଞ୍ଚ ଏବଂ ନାୟବସରପଞ୍ଚଙ୍କୁ ଫୁଲତୋଡାଦେଇ ବହୁଲୋକ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲେ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.