ଖପ୍ରାଖୋଲରେ ୧୫ ରୁ ୧୮ ବର୍ଷ ଛାତ୍ରଛାତ୍ରୀଙ୍କ କରୋନା ଟୀକାକରଣ ଆରମ୍ଭ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ ): ଖପ୍ରାଖୋଲରେ ଆଜି ୧୫ରୁ ୧୮ ବର୍ଷ ବୟଷର ଛାତ୍ରୀ ଛାତ୍ରଙ୍କର କରୋନା ଟୀକାକରଣ ଆରମ୍ଭ ହୋଇଛି । ଖପ୍ରାଖୋଲ ବ୍ଲକ ସରକାରୀ ନୋଡାଲ ହାଇସ୍କୁଲ ଖପ୍ରାଖୋଲ, ଖପ୍ରାଖୋଲ ହରିଶଙ୍କର ବିଦ୍ୟାଳୟ ଓ ଘୁନସର ଆରବିଏସେସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଟିକା ନେଇଥିବା ଜଣାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରଜତକୁମାର ମଶ୍ର ଓ ପରିଚାଳନା କମିଟି ସଦସ୍ୟ ଅଚୁ୍ୟତାନନ୍ଦ ସାହୁଙ୍କ ଉପସ୍ଥିତିରେ ଟିକା ଦିଆଯାଇଥିଲା । ସମସ୍ତ ୧୫ବର୍ଷରୁ ଉର୍ଧ୍ଵ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଟିକା ନେବାକୁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ସୁରଜ ଦୀପ ଅନୁରୋଧ କରିଥିଲେ ।

Leave a Reply

Your email address will not be published.