ପାଟଣାଗଡରେ “ଭାରତ ବନ୍ଦକୁ ବିପୁଳ ସମର୍ଥନ

ପାଟଣାଗଡ,(ନାଗରାଜ ନ୍ୟୁଜ): କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୁତ ଦୁଇ ଦିନିଆଁ ଭାରତ ବନ୍ଦ କୁ ମଙ୍ଗଳବାର ପାଟଣାଗଡ ରେ ବିପୁଳ ଜଣସମର୍ଥନ ମିଳିଛି l ବନ୍ଦ ପ୍ରଭାବ ରେ ପାଟଣାଗଡ ର ସମସ୍ତ ଦୋକାନ ବଜାର,ସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ,ବୀମା,ପୋଷ୍ଟ ଅଫିସ, କୋର୍ଟ କଚେରୀ,ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା l ଗାଡିଚଳାଚଳ ବାଧା ପ୍ରାପ୍ତ ହୋଇଥିଲା l ଧୂମାଭଟା ଛକ ଠାରେ ପାଟଣାଗଡ କୋର୍ଡିନେସନ କମିଟି ଅଫ ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମିକ ଆଇନ ଶ୍ରମ କୋଡ଼ କୁ ପ୍ରତ୍ୟାହାର,ବ୍ୟାଙ୍କ ବୀମା ପୋଷ୍ଟ,ରେଲୱେ,ପ୍ରଭୃତି ରାଷ୍ଟ୍ରlୟତ୍ତ ଉଦ୍ୟୋଗ ଗୁଡିକ ର ଘରୋଇକରଣ ବନ୍ଦ କରିବା, ସରକାରୀ ସଂସ୍ଥା ଗୁଡିକ ର ଠିକା କରଣ ବନ୍ଦ,ପେଟ୍ରୋଲ ଡିଜେଲ ରୋଷେଇ ଗ୍ୟାସ,ଦର ହ୍ରାସ କରିବା,ଅତ୍ୟାବଶ୍ୟକ ସାମଗ୍ରୀ ର ଦରଦାମ ନିୟନ୍ତ୍ରଣ କରିବା ଆଶା, ଅଙ୍ଗନୱାଡି,ପାଚିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି,ସର୍ବନିମ୍ନ ଛବିଶ ହଜାର ଦରମା,ସମାନ କାମକୁ ସମାନ ଦରମା,ଜାତୀୟ ପେନସନ ନିୟମ ବାତିଲ କରି ପୁରୁଣା ପେନସନ ନିତୀ ଲାଗୁ କରିବା,ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା,ଜୀବନ ରକ୍ଷାକlରି ଔଷଧ ର ଦର କମାଇବା,ଅଣସଂଗଠିତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ବୀମା ଭୁକ୍ତ କରିବା,ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ, ଦେଶ ବଞ୍ଚାଅ ଜନତା ବଞ୍ଚାଅ,ପ୍ରଭୃତି ଦାବି ଉପରେ ବିକ୍ଷୋଭକାରି ମାନେ ଆଲୋକପାତ କରିଥିଲେ l ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଙ୍କ ଜନ ବିରୋଧୀ ନିତୀ କୁ ବିଭିନ୍ନ ସଂଗଠନ ର ନେତାମାନେ କଟୁ ସମାଲୋଚନା କରିଥିଲେ l

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଗୁଡିକ ଦ୍ୱାରା ଦେଶବ୍ୟାପି ସାଧାରଣ ଧର୍ମଘଟ କୁ ଜନସାଧାରଣ ଅତଭୁତପୂର୍ବ ସମର୍ଥନ କରିଥିଲେ l ପାଟଣାଗଡ ମିଳିତ ମଞ୍ଚ ର ନିରଞ୍ଜନ ବିଶି, ରାଜେଶ ମେହେର,ଦଶରଥ ଦାଶ,ସୁନୀଲ ଗୋୟଲ,ଘନଶ୍ୟାମ ମେହେର,ଦିଲୀପ ଭୋଇ,ଲଳିତ ମଳିକ,ଡିଙ୍ଗର କୁମ୍ଭାର,ଶଙ୍ଖା ଚନ୍ଦନ,ସୌଦାମିନୀ ବଗର୍ତ୍ତୀ,ଲଳିତା ବାଗ, ଉର୍ବଶୀ ସାହୁ,ସଂଗୀତା ହରପାଳ,ମଥୁରା କlଳସାଏ,ଆନନ୍ଦିନୀ ବିଶ୍ୱାଳ, ପ୍ରମୁଖ ସହଯୋଗ କରିଥିଲେ l ପଶ୍ଚିମାଞ୍ଚଲ ବିଜୁଳି ଶ୍ରମିକ ସଂଘ,ବଢ଼େଇ ମିସ୍ତ୍ରୀ ସଂଘ,ହୀରା ଜିଟିଡ଼ି ୱାର୍କର୍ସ ୟୁନିଅନ,ପୋଷ୍ଟାଲ ଏମ୍ପ୍ଲୟୀ ୟୁନିଅନ,ଆଶା କର୍ମୀ ସଂଘ,ସିଟି ଜେନ କମିଟି,ଅଙ୍ଗନୱାଡି କର୍ମଚାରୀ ସଂଘ, ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ,ଉଠା ଦୋକାନୀ ସଂଘ, ଏନ.ଏ.ସି ସଫେଇ କର୍ମଚାରୀ ସଂଘ,ଏବଂ ଅନ୍ୟାନ୍ୟ ସଂଗଠନ ର କର୍ମକର୍ତ୍ତା ସାମିଲ ଥିଲେ l

ପାଟଣାଗଡରୁ ନୀଳାଞ୍ଚି ବିଶିଙ୍କ ରିପୋର୍ଟ 

Leave a Reply

Your email address will not be published.