ପୁରୀରେ ଗୁଡି ସୂତା ବେକରେ ଲାଗି ଜଣେ ଗୁରୁତର

ପୁରୀ, (ନାଗରାଜ ନ୍ୟୁଜ): କଟକ ପରେ ପୁରୀରେ ଗୁଡି ସୂତା ବେକରେ ଲାଗି ଜଣେ ଗୁରୁତର ଆହତ ହେବା ପରେ ପୁରୀ ପୋଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ପୁରୀ କୁମ୍ଭାର ପଡା ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି । ତେବେ ଏସପି ମିହିର ପଣ୍ଡାଙ୍କ କହିବା କଥା ଏ ନେଇ କଡା ପଦକ୍ଷେପ ନିଆଯିବ । ଯେଉଁ ମାନେ ନିଷିଦ୍ଧ ମାଞ୍ଜା ସୂତା ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କଡା କାର୍ୟ୍ୟନୁଷ୍ଠାନ ନିଆଯିବ । ତେବେ ଜନଗହଳି ଅଞ୍ଚଳରେ ଗୁଡ଼ି ନ ଉଡେଇବା ନେଇ ସଚେତନ କରାଯିବ । ନିୟମ ଉଲଂଘନ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ପୁରୀରେ ଗୁଡି ସୂତା ବେକରେ ଲାଗି ଜଣେ ବୟସ୍କ ଲୋକ ଗୁରୁତର ହୋଇ ପୁରୀ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଅସୁସ୍ର ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବାବେଳେ ଗୁଡି ସୂତା ବେକ ରେ ଲାଗି ଆହତ ହୋଇଛନ୍ତି । ପୁରୀ କୁଣ୍ଡାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ବେକରେ ଗୁଡି ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକସ୍ଥିତ ମାଳିଯାଗା ନିକଟରେ ଏହି ଅଘଟଣ ଘଟିଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣା କୁ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇ ଥିବା ବେଳେ ପୁରୀ ରେ ମାଞ୍ଜା ସୂତା ବିକ୍ରୀ ନିଷିଦ୍ଧ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published.