ଫାଇନାଲରେ ମା’ ଚଣ୍ଡୀ କ୍ଲବ କେନ୍ଦୁମୁଣ୍ଡି ବିଜୟ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ଜିଲ୍ଲା ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ହାଇସ୍କୁଲ ପଡିଆରେ ପାଞ୍ଚ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଦିନରେ କେନ୍ଦୁମୁଣ୍ଡି ମା’ ଚଣ୍ଡୀ କ୍ରିକେଟ ଟିମ ଓ ବଲାଙ୍ଗୀର ମାଲ ପଡା କ୍ରିକେଟ ଟିମ ମଧ୍ୟରେ ହୋଇଥିଲା ।ପ୍ର ଥମେ କେନ୍ଦୁମୁଣ୍ଡି ଟସ ଜିତି ଫିଲଟିଂ ପାଇଁ ନିଷ୍ପତି ନେଇଥିଲେ ଏବଂ ବିପକ୍ଷ ଟିମବଲାଙ୍ଗୀର ମାଲପଡା ବେଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ କେନ୍ଦୁମୁଣ୍ଡି ଫିଲଟିଂ ପରେ ବଲାଙ୍ଗୀର ମାଲପଡାବେଟିଙ୍ଗ କରିଥିଲେ । ସାତ ଓଭରରେ ୭୦ ରନ କରି ବିଜୟୀ ହୋଇ ଫାଇନାଲ ବିଜୟୀ ହାସଲ କରିଥିଲେ । ଏହି ଫାଇନାଲ ମ୍ୟାଚରେ ମ୍ୟାନ ଅଫ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ବାଳିକା ମାଝୀ ସରପଞ୍ଚଜିତୁ ମେହେର ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଉଭୟ ବିଜେତା ଟିମକୁ ନଗଦ ୧୦ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଟିମକୁ ନଗଦ ୬ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଖେଳ ପରିଚାଳନା ଡିଙ୍ଗର ସାହୁ ଏବଂ ଅନାକାର ସାହୁ କରୁଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ୱାର୍ଡ ମେମ୍ବର ବ୍ରଜ ବେହେରା ଅକ୍ଷ ମାଝୀ ପରିଚାଳନା କମିଟି ଡିଙ୍ଗର ବାଗ ରାଧାକାନ୍ତ ବଞଚୋର ଫକୀର ଘନ ନାଗ ଅଲିଫବୁଲୁ ମନୋଜ ଗାଁର ଆଦି ସମସ୍ତ ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।

Leave a Reply

Your email address will not be published.