ଦ୍ବିତୀୟ ପର୍ଯ୍ଯାୟ କରୋନା ଟୀକା ନେଲେ ଜିଲ୍ଲା ଓ ବ୍ଲକ ସାମ୍ବାଦିକ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ସାମ୍ବାଦିକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟୀକା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କାରଣ ସାମ୍ବାଦିକ ମାନେ ହେଉଛନ୍ତି ଜଣେ ଜଣେ ଆଗଧାଡିର କରୋନା ଯୋଦ୍ଧା । ସେହି ପରିପ୍ରେକ୍ଷୀରେ ଗତ ତା ୧୧/୫/୨୧ ରିଖ ଦିନ ଖଇରା ମେଡିକାଲ ପରିସରରେ ଜିଲ୍ଲା ପ୍ରତିନିଧି ଓ ବ୍ଲକ ପ୍ରତିଧିମାନେ ଅଗ୍ରାଧିକାର ଭିତ୍ତିରେ ପ୍ରଥମ ପର୍ଯ୍ୟାୟ କରୋନା ଟୀକା ନେଇଥିଲେ ।

ସେହିପରି ଅଗ୍ରାଧିକାର ଭିତ୍ତିରେ ଦ୍ବିତୀୟ ପର୍ଯ୍ଯାୟ ଟୀକା ନେବାପାଇଁ ସମୟସୀମା ଥିଲା ଅଗଷ୍ଟ ୩ ତାରିଖରୁ ୩୧ ତାରିଖ । କିନ୍ତୁ ସରକାରଙ୍କ କୋଭିଡ୍-୧୯ ନୀତି ନିୟମକୁ ସମ୍ମାନ ଜଣାଇ ବାଲେଶ୍ବର ଜିଲ୍ଲା ଖଇରା କଲେଜ ପରିସରରେ କାର୍ଯ୍ୟରତ ଜିଲ୍ଲା ଓ ବ୍ଲକ ସାମ୍ବାଦିକମାନେ ଅଗ୍ରାଧିକାର ଭିତ୍ତିରେ ଶୃଙ୍ଖଳିତ ଭାବେ ଆଜି ଦ୍ବିତୀୟ ପର୍ଯ୍ଯାୟ ବା ଶେଷ ଟୀକା ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ନରେନ୍ଦ୍ର ପ୍ରସାଦ ବେହେରା, ମନୋଜ କୁମାର ପ୍ରଧାନ, ନିରଞ୍ଜନ ବେହେରା, ବିସ୍ମୟ ବେହେରା, ମଳୟ ପାତ୍ର, ଆଲୋକ ପଣ୍ଡା, ବଳରାମ ଲେଙ୍କା ଓ ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଟୀକାଦାନ କେନ୍ଦ୍ରରେ ଉପସ୍ଥିତ ହୋଇ ଭାଗ୍ଯଶ୍ରୀ ନାୟକଙ୍କ ଠାରୁ ଟୀକା ଗ୍ରହଣ କରିଥିଲେ ।

Leave a Reply

Your email address will not be published.