ନିର୍ବାଚନ ନିମନ୍ତେ ପ୍ରଚାର ଗାଡ଼ିର ଉଦଘାଟନ

ପୁରୀ, (ନାଗରାଜ ନ୍ୟୁଜ ): ୭୩ ତମ ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ପ୍ରୟାସ ଟେଲିଭିଜନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଇଲେକ୍ସନ କମିଶନରଙ୍କ ପକ୍ଷରୁ କୁହାଯାଇଛିଯେ, ଇଲେକ୍ସନରେ ପ୍ରତିନିଧିତ୍ଵ କରୁଥିବା ପ୍ରାର୍ଥୀମାନେ ଡିଜିଟାଲ ମିଡିଆ ମାଧ୍ୟମରେ ପ୍ରଚାର ପ୍ରସାର କରି ପାରିବେ । ତେଣୁ ପ୍ରୟାସ ଟେଲିଭିଜନ ପକ୍ଷରୁ ଏକ ପ୍ରଚାର ଗାଡ଼ିର ଉଦଘାଟନ କରାଯାଇଛି । ଏହାକୁ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଡା. ନାରାୟଣ ପାତ୍ର ଏବଂ ସମାଜସେବୀ ତଥା ପ୍ରୟାସ ଟେଲିଭିଜନର ପରିଚାଳନା ନିର୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର ଉଦଘାଟନ କରିଥିଲେ । ଏହି ଗାଡ଼ିଟି ସମସ୍ତ ଗାଁ ଗାଁ ବୁଲି ପ୍ରାର୍ଥୀ ମାନଙ୍କର ଡିଜିଟାଲ ମିଡିଆ ପ୍ରଚାରରେ ସହଯୋଗ କରିବ । ଉକ୍ତ ପ୍ରଚାର ଗାଡ଼ି ମାଧ୍ୟମରେ ପ୍ରାର୍ଥୀମାନେ ନିଜ ନିଜର ଡିଜିଟାଲ ପ୍ରଚାର କରିପାରିବେ ।

Leave a Reply

Your email address will not be published.