ନୀଳମାଧଵ ବନ ସୁରକ୍ଷା ସମିତି ସଭା ଗୃହ ଉଦ୍ଘାଟନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ବନାଞ୍ଚଳ ,ଖଁକିରା ସେକ୍ସନ ଅଧିନସ୍ତ ନୂଆ କଷ୍ଟିପାଳ ନୀଳମାଧଵ ବନ ସୁରକ୍ଷା ସମିତି ର ସଭାଗୃହ ଟିକୁ ସଭାପତି ପ୍ରହଲ୍ଲାଦ ବେହେରା ଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଛି |ଷଡ଼ଙ୍ଗୀ ବନାଞ୍ଚଳର ୨୮ଟି ବନ ସୁରକ୍ଷା ସମିତିରେ ବନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ଅଛି |ଏହି ବିନୟନ ପ୍ରକଳ୍ପ ମାଧ୍ୟମରେ ପ୍ରତି ବନ ସୁରକ୍ଷା ସମିତିରେ ଏକ ସଭାଗୃହ ନିର୍ମାଣ ର ବିଧି ବ୍ୟବସ୍ଥ|ରହିଛି |ଇତି ଅବସରରେ ନୀଳମାଧଵ ବନ ସୁରକ୍ଷା ସମିତି ର ସମ୍ପାଦକ ଦୁଷ୍ମନ୍ତ କୁମାର ସିଂ ଙ୍କ ସହଯୋଗରେ ପୂଜା ବିଧି ଓ ହୋମ ଯଜ୍ଞ ମାଧ୍ୟମରେ ସଭାଗୃହ ଟିକୁ ଫିତା କାଟି ଉଦ୍ଘାଟନ କରାଯାଇଅଛି |ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ବେଗା ଗ୍ରାମପଂଚାୟତ ର ପ୍ରାକ୍ତନ ସରପଞ୍ଚ ତଥା ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ର ସଭାପତି ପ୍ରଦୀପ କୁମାର ଦାସ ,ସଂମ୍ମାନିତ ଅତିଥି ଭାବେ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ର ସାଧାରଣ ସମ୍ପାଦକ ବାଦଲ ମହାନ୍ତି ଯୋଗ ଦେଇ ବନ ସୁରକ୍ଷା ସମିତି ର କାର୍ଯ୍ୟଧାରା ,ବୃକ୍ଷ ର ଉପକାରିତା ଓ ଜଙ୍ଗଲ ସୁରକ୍ଷା – ଜୀବନ ରକ୍ଷା ବିଷୟରେ ପୂଖାନୁ ପୁଙ୍ଖ ଭାବେ ବିସ୍ତୃତ ଆଲୋଚନା ପୂର୍ବକ ଅବିଭାଷଣ ରଖିଥିଲେ |ଏହି କାର୍ଯ୍ୟକ୍ରମ କୁ ବନାଞ୍ଚଳ କାର୍ଯ୍ୟାଳୟ ର ସଂଯୋଜକ ଦୀନେଶ ଶର୍ମା ,ସହଯୋଗୀ ସ୍ୱଛସେବୀ ଅନୁଷ୍ଠାନ ର ଦଳପତି ପିତାମ୍ବର ମହାନ୍ତ ,ବିକାଶ ଅଧିକାରିଣୀ ଭାଗ୍ୟଲକ୍ଷ୍ମୀ ଦଶ ଓ ରାଜେଶ କୁମାର ବିହାରୀ ସଭା ପରିଚାଳନା ରେ ସହଯୋଗ କରିଥିଲେ |ଢେଙ୍କାନାଳ ରୁସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.