ପୁରୀ ସଦର ଫାର୍ମର ପ୍ରଡ୍ୟୁସର କମ୍ପାନୀର ଉଦଘାଟନ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ବାଲିଘାଟସ୍ତିତ ଶ୍ରୀରାମନଗର ଜନସେବା କେନ୍ଦ୍ରଠାରେ ପ୍ରଧାନମନ୍ତ୍ରୀ ଯୋଜନା ଅନୁଯାଇ ଏବଂ CSC CEO ଦୀନେଶ ତ୍ୟାଗୀଙ୍କ ଦ୍ୱାରା ପରିଚାଳିତ ପୁରୀ ସଦର ଫାର୍ମର ପ୍ରଡ୍ୟୁସର କମ୍ପାନୀର ଉଦଘାଟନ ଉଦଘାଟନ ହୋଇଯାଇଛି  l ଏହାର ଉଦଘାଟନ ଆଳଶଙ୍ଖା ପ୍ରାଇମେରି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ପ୍ରଧାନ କରିଥିଲେ l ଏଥିରେ ପୁରୀ ସଦର ଅନେକ ଚାଷୀ ମାନଙ୍କ ସହ କମ୍ପାନୀର ୧୦ ଜଣ ନିର୍ଦେଶକ ଓ ପୂର୍ବ ତଟ ରେଳବାଇ କିଛି ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ l ଭାରତ ସରକାରଙ୍କ ଯୋଜନା ମୁତାବକ ଦେଶରେ ୧୦୦୦୦ ଫାର୍ମର ପ୍ରଡ୍ୟୁସର କମ୍ପାନୀ ମଧ୍ୟରୁ ପୁରୀ ସଦର ଫାର୍ମର ପ୍ରଡ୍ୟୁସର କମ୍ପାନୀ ଗୋଟେ ରହିଛି l ଏହି କମ୍ପାନୀ ପୁରୀ ସଦର ବ୍ଲକର ସମସ୍ତ ଭୂମିହୀନ, ଛୋଟ ଗରିବ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ସୁଧାରିବା ସହିତ ଅନେକ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ଓ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଯୁବପିଢିଙ୍କୁ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରେଇବ ବୋଲି ଏହାର ପରିଚାଳନା ନିର୍ଦେଶକ ଇଂଜିନିୟର ଅର୍ଧେନ୍ଦୁ ଶେଖର ପ୍ରଧାନ କହିଛନ୍ତି  l

Leave a Reply

Your email address will not be published.