୧୨ ନମ୍ବର ୱାର୍ଡରୁ ନିର୍ବାଚନ ଲଢ଼ୁଛନ୍ତି ସ୍ବାଧୀନ ପ୍ରାର୍ଥୀନୀ ପାରୁଲ ଭଦ୍ରା

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ରାଜଗାଙ୍ଗପୁର ସହରରେ ନିର୍ବାଚନ ମାହୋଲ ବର୍ତ୍ତମାନ ସରଗରମ ହେବାରେ ଲାଗିଛି । ପ୍ରାର୍ଥୀ ପ୍ରାର୍ଥୀନୀ ନିଜ ନିଜର ସମର୍ଥକଙ୍କୁ ନେଇ ଜୋରସୋରରେ ‌ପ୍ରଚାର ଚଲାଇଛନ୍ତି । ସେହିପରି ୧୨ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀନୀ ଭାବେ ପାରୁଲଭଦ୍ରା କାଉନସିଲର ପଦବୀ ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ଟିକେଟ ନମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢୁଛନ୍ତି । ଏହି ୱାର୍ଡରୁ ମହିଳା ଭୋଟରମାନେ ତାଙ୍କ ସପକ୍ଷରେ ଅଧିକ ପ୍ରଚାର କରୁଥିବା ଏବଂ ତାଙ୍କ ପୁଅ ବିଶ୍ବନାଥ ଭଦ୍ରା ଜଣେ ପରିଚିତ ସମାଜ ସେବୀ ହୋଇଥିବାରୁ ସେ ଏହି ୱାର୍ଡରୁ ନିର୍ବାଚନରେ ବିଜୟୀ ନିଶ୍ଚିତ ବୋଲି ଆଶା ବାନ୍ଧିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ସହିତ ସୁରେସ କୁଜୁରଙ୍କ ରିପୋର୍ଟ 

Leave a Reply

Your email address will not be published.