ଭାରତ ବନ୍ଦ ଡାକରା: ଖୋଲା ରହିବା ପରିବର୍ତ୍ତେ ବନ୍ଦ ରହିଛି ଡେବ୍ରିପାଳି ସ୍କୁଲ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ଅଖିଳ ଭାରତୀୟ ଟ୍ରେଡ ୟୁନିୟନ (ଏଆଇଟିୟୁସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦେଶ ବିରୋଧୀ ଓ ଜନବିରୋଧୀ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ମାର୍ଚ୍ଚ ୨୮ ଓ ୨୯ ଦୁଇ ଦିନିଆ ଭାରତୀୟ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ରେ ସମସ୍ତ ବ୍ୟବସାୟୀ ଙ୍କ ପ୍ରତିଷ୍ଠାନ ଓ ଦୋକାନ ବଜାର ଏବଂ ସରକାରୀ ଅଫିସ ବ୍ୟତୀତ ସରକାରୀ ସ୍କୁଲ କଲେଜ ଖୋଲା ରହିବ ବୋଲି ମିଳିତ ଟ୍ରେଡ ୟୂନିୟନ ପକ୍ଷରୁ କୁହାଯାଉଥିବା ବେଳେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ଡେବ୍ରିପାଳୀ ସ୍କୁଲ ଆଜି ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ସ୍କୁଲ କଲେଜ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀମାନେ ପାଠ ପଢାରୁ ବଞ୍ଚିତ ହୋଇଥିଲେ । ସ୍କୁଲ ଶିକ୍ଷକ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗୋଟିଏ ଦିନ ସ୍କୁଲ ବନ୍ଦ ରହିଥିଲା । ଏଥିପ୍ରତି ବେପପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave a Reply

Your email address will not be published.