ଆନ୍ତର୍ଜାତିକ ବାଳିକା ଦିବସ ପାଳିତ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ଆଜି ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ କରମୁଲ ଗ୍ରାମପଞ୍ଚାତଠାରେ ବାଳିକା ଓ ମହିଳା ଗ୍ରାମପଞ୍ଚାୟତ ପ୍ରକଳ୍ପ ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗ ଓ କରମୂଳ ଗ୍ରାମପଞ୍ଚାୟତ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଥିଲା । ଜିଲ୍ଲାପରିଷଦ ଶ୍ରୀମତୀ ମମତା ସ୍ୱାଇଁ, ସିଡିପିଓ ଶ୍ରୀମତୀ ଉର୍ମିଳା ଦେହୁରୀ ଓ ଏବିଓ ସଂସାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଙ୍ଗନବାଡି କର୍ମୀ, ସହାୟକ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପଞ୍ଚାୟତର ସଦସ୍ୟମାନେ ଉପସ୍ଥିତ ଥିଲେ । କରମୂଳ ଗ୍ରାମପଞ୍ଚାୟତର ସରପଞ୍ଚ ରାଜେଶ କୁମାର ନାୟକ ଓ ବାଳିକା ଓ ମହିଳା ସହାୟକ ଗ୍ରାମପଞ୍ଚାୟତ ପ୍ରକଳ୍ପର ବ୍ଲକ ସଂଯୋଜିକା ଶ୍ରୀମତୀ ଶୁଭଶ୍ରୀ ପାଇଟଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସିଡିପିଓ ବାଲ୍ୟ ବିବାହର କୁପରିଣାମ, ଅଦ୍ଵିକା କାର୍ଯ୍ୟକ୍ରମ, ବାଳିକା ମାନଙ୍କର ଶିକ୍ଷା ଓ ଡିଜିଟାଲ ମିଡ଼ିଆ ବିଷୟରେ ଉଦବୋଧନ ଦେଇଥିଲେ । ଏବିଓ ବାଳିକାମାନେ କିପରି ଶିକ୍ଷା ଓ ସମସ୍ତ କ୍ଷେତ୍ରରେ ଅଗ୍ରସର ହୋଇପାରିବେ ପୁଅ ଝିଅଙ୍କର ସମାନ ଅଧିକାର, ସମସ୍ତ ପ୍ରକାର କୁପ୍ରଥାକୁ ବନ୍ଦ କରିବା ପାଇଁ ହୋଇଥିବା ଆଇନକୁ କିପରି ମାନିବା ସେ ବିଷୟରେ ଉଦବୋଧନ ଦେଇଥିଲେ ।

ଜିଲ୍ଲାପରିଷଦ କହିଥିଲେଯେ, ନାରୀଙ୍କୁ କଦାପି ଅବଳା ଓ ଦୁର୍ବଳା ମାନିବା ଉଚିତ ନୁହେଁ, ସେ ଜଣେ ନାରୀ ହୋଇ ସବୁବେଳେ ଗର୍ବିତ, ଭୃଣ ହତ୍ୟା ଓ ବାଲ୍ୟ ବିବାହ କିପରି ସମାଜରେ ନହେବ ସେ ବିଷୟରେ ଉଦବୋଧନ ଦେଇଥିଲେ । କରମୂଳ ସରପଞ୍ଚ ଡିଜିଟାଲ ଜେନେରେସନ ଓ ଏବେର ଜେନେରେସନ ବିଷୟରେ ଉଦବୋଧନ ଦେଇଥିଲେ । ବ୍ଲକ ସଂଯୋଜିକା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ମାଧ୍ୟମରେ କିପରି ମହିଳା ଓ ବାଳିକାମାନଙ୍କ ପାଇଁ ସହାୟକ ବାତାବରଣ ସୃଷ୍ଟି କରାଯାଇପାରିବ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବାଳିକାମାନଙ୍କ ଅଂଶ ଗ୍ରହଣ ବିଷୟରେ ଉଦବୋଧନ ଦେଇଥିଲେ । ବାଳିକାମାନେ ଝୋଟି, ଚିତ୍ରାଙ୍କନ, ନାଚ ଓ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ବାଳିକାମାନଙ୍କୁ ପୁରସ୍କୃତ କରାଯାଇଥିଲା । ତାଲିମ ବିକାଶ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବାଳିକାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଝିଅ ମାନଙ୍କ ପାଇଁ କିପରି ସୁସ୍ଥ ବାତାବରଣ ସୃଷ୍ଟି କରାଯାଇପାରିବ ସେ ବିଷୟ ଶପଥ ପାଠ କରାଯାଇଥିଲା ।

Leave a Reply

Your email address will not be published.