ଆନ୍ତର୍ଜାତିକ ମହିଳା ଦିବସ

ପୁରୀ,(ନାଗରାଜ ନ୍ୟୁଜ): ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୁରୀ ମଙ୍ଗଳାଘାଟ ସ୍ଥିତ ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଠାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଛି. ଏହି ସଭା କାର୍ଯ୍ୟରେ ପୁରୀ ନାବାଳକ ନ୍ୟାୟିକ ବ୍ୟବସ୍ଥାର ଅତିରିକ୍ତ ସରକାରୀ ଓକିଲ ଶ୍ରୀମତୀ ମିନାକ୍ଷୀ ପଣ୍ଡା ମୁଖ୍ୟ ଅତିଥି ଭଣେ ଯୋଗ ଦେଇ ଥିଲେ. ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଭଗବାନ ପଢ଼ିହାରୀ ଯୋଗଦାନ କରିଥିଲେ. ସଂଘର ଉପସଭାପତି ଶ୍ରୀ ମହାବୀର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ. ସଭାରେ ସାମ୍ପ୍ରତିକ ସମାଜରେ ନାରୀ ମାନଙ୍କ ଅଧିକାର, ସମ୍ମାନ ଏବଂ ଅଗ୍ରଗତିର ଆବଶ୍ଯକତା ବିଷୟରେ ଆଲୋଚନା କରାଯାଇ ଥିଲା. ସଂଗଠନର ସଦସ୍ୟା ମାନେ ନିଜର ବକ୍ତୃତା ପରିବେଷଣ କରିଥିଲେ ଏବଂ କବିତା ପାଠ କରିଥିଲେ. ଏହି ଅବସରରେ ଶ୍ରୀମତୀ ମିନାକ୍ଷୀ ପଣ୍ଡା ନାରୀ ମାନଙ୍କୁ କିପରି ସମାଜରେ ସମ୍ମାନ ଏବଂ ସମାନ ଅଧିକାର ଦିଆ ଯାଇ ପାରିବ ସେଥି ପାଇଁ ସମସ୍ତଙ୍କୁ ସଚେତନାର ବାର୍ତା ଦେଇ ଥିଲେ. ସଙ୍ଘର ମହିଳା ସଦସ୍ୟା ଯଥା ସଂଘମିତ୍ରା ପଣ୍ଡା ପୂଜା ପ୍ରିୟଦର୍ଶୀନି ବାରିକ , ମୋନାଲିଶା ଶ୍ରୀଚନ୍ଦନ , ରାଜଶ୍ରୀ କହ୍ନର , ସ୍ୱପ୍ନା ବିଶ୍ୱାଳ ସ୍ନେହା ବିଶ୍ୱାଳ କମଳିନୀ ମହାପାତ୍ର କୁମକୁମ ମିଶ୍ର ସ୍ଵର୍ଣ୍ଣଲତା ପରମଗୁରୁ ଆଦି କାର୍ଯ୍ୟ ସମ୍ପାଦନା କରିଥିଲେ .

Leave a Reply

Your email address will not be published.