ବିଜେପିର ପ୍ରତିଷ୍ଠା ଦିବସ ଉପଲକ୍ଷେ ସିଂହଦ୍ଵାର ସମ୍ମୁଖରେ ଦ୍ଵୀପ ଦାନ

ପୁରୀ, (ନାଗରାଜ ନ୍ୟୁଜ): ବିଜେପିର ପ୍ରତିଷ୍ଠା ଦିବସ ଉପଲକ୍ଷେ ପୁରୀ ବିଧାନସଭା ପକ୍ଷରୁ ଆଜି ସକାଳ ୮.୩୦ ସମୟ ରେ ସିଂହଦ୍ଵାର ସମ୍ମୁଖରେ ଦ୍ଵୀପ ଦାନ । ୯ଟା ସମୟ ରେ ମେଡିକାଲରେ ଫଳ ବଣ୍ଟନ, ୯ .୩୦ରେ ସଂସ୍କୃତି ଭବନ ରେ ପତକା ଉତ୍ତୋଳନ । ୧୦ଟା ସମୟ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କର ଅଭିଭାଷଣ ଲାଇଭ କାର୍ଯ୍ୟକର୍ମ ହେଇଥିଲା  ଏଥିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ଜିତିଥିବା ସରପଞ୍ଚ ଆଉ ସମିତି ସଭ୍ୟ ମାନଙ୍କୁ ସମ୍ଭର୍ଦ୍ଧନ କରିଥିଲେ। ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର ବିଜେପି ର ଇତିହାସ ଆଉ ନୀତି ଆଦର୍ଶ ବିଷୟ ରେ ଆଲୋଚନା କରିଥିଲେ। ଏଥିରେ ମଣ୍ଡଲ ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ଦାଶ, ସଞ୍ଜୀବ ମୁଖାର୍ଜୀ, ମନୋରଞ୍ଜନ ପ୍ରଧାନ, ଉମାକାନ୍ତ ନାୟକ, ଜ୍ୟୋତି ମହାପାତ୍ର, ମଧୁ ସିଂହାରୀ, ଜୟନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.