କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଟକ,(ନାଗରାଜ ନ୍ୟୁଜ): ରାଜ୍ୟ ଓଡ଼ିଶା ଅମଲା ସଂଘ ଆହ୍ବାନ କ୍ରମେ କଟକ ଜିଲ୍ଲା ଶାଖା ପକ୍ଷରୁ ଗ୍ରେଡ ପେ ବୃଦ୍ଧି ଦାବି ନେଇ ଜିଲ୍ଲା ର 33 ଗୋଟି ବିଭାଗ ର ଜିଲ୍ଲା ସ୍ତରୀୟ ଅମଲା ମାନେ ଜିଲ୍ଲା ଆରକ୍ଷ ଅଧକ୍ଷକ କାର୍ଯ୍ୟଳୟ ଠାରୁ ଏକ ବିଶାଳ ରାଲି ରେ ବାହାରି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଶିକ୍ଷା ଗତ ଯୋଗ୍ୟତା 2017ମସିହା ଠାରୁ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ଥିଲେ ମଧ୍ଯ ସେମାନଙ୍କ ଦରମା ହାର ଆଜି ଯାଏ ବୃଦ୍ଧି କରାଯାଇ ନାହିଁ l ସମାନ କାମ କୁ ସମାନ ଦରମା ଦାବି ରେ କଟକ ଜିଲ୍ଲା ର 33 ଗୋଟି ବିଭାଗ ରୁ ବହୁ ସଂଖ୍ୟକ ଅମଲା ବିଶାଳ ରଲି ରେ ଯୋଗ ଦେଇଥିଲେ l ପୂର୍ବରୁ ଓଡ଼ିଶା ଅମଲା ସଂଘ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟ ରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ଟଙ୍କା 9300 ଓ ଗ୍ରେଡ ପେ 4200ଟଙ୍କା ପ୍ରଦାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ସରକାର ଙ୍କ ର ବୈମାତୃକ ମନଭାବ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇପାରି ନାହିଁ l

ସରକାର ଙ୍କ ର ସମସ୍ତ ଯୋଜନା କୁ ତୃଣମୂଳ ସ୍ତର ରେ ଅମଲା ମାନେ ସୁଚାର ରୂପେ ପହଞ୍ଚଉ ଥିବାରୁ ସରକାର ଜନସାଧାରଣ ଙ୍କ ନିକଟ ରେ ଅସ୍ଥାଭାଜନ ହେଉଥିବା ସ୍ଥଳେ ଜିଲ୍ଲା ସ୍ତରୀୟ ଅମଲା ମାନେ ଅବହେଳିତ ହେଉଛନ୍ତି l ଓଡ଼ିଶା ଅମଲା ସଂଘ ଦାବି କୁ ତୁରନ୍ତ ପୂରଣ ନ କଲେ ଏହି ପରିପ୍ରେକ୍ଷୀରେ ଆଗମୀ 27 ତାରିଖ ଦିନ ଭୁବେଶ୍ଵରଠାରେ ନାର୍ୟଦବି ପୂରଣ ପାଇଁ ଏକ ବିଶାଳ ଅମଲା ସମାବେଶ କରାଯିବ ବୋଲି କଟକ ଶାଖା ଅମଲା ସଂଘ ସଭାପତି ବିଶ୍ଵମୋହନ ମହାପାତ୍ର ସୂଚନା ଦେଇଛନ୍ତି ଏହି ସମାବେଶ ରେ ଅମଲା ସଂଘ ର ଉପଦେଷ୍ଟା ହୃଦୟ ବିହାରୀ ମହପାତ୍ର ସମ୍ପାଦକ ଅଜୟ କୁମାର ଜେନା ,ଗୋକୁଳ ନନ୍ଦ ଦାସ , ଅକ୍ଷୟ ସାହୁ, ଅମ୍ବିକା ଦାସ, ଦୀକ୍ଷିତ ସ୍ବାଇଁ, ମିଲନ ମଲ୍ଲିକ ପ୍ରମୁଖ ଆନ୍ଦୋଳନ କୁ ପରିଚାଳନ କରିଥିଲେ l

Leave a Reply

Your email address will not be published.