ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ରାଜ୍ୟ ଓଡିଶା ଅମଲାସଂଘର ଆହ୍ବାନ କ୍ରମେ ଜିଲ୍ଲା ଶାଖା ଢେଙ୍କାନାଳ ତରଫରୁ ଜିଲ୍ଲା ସଭାପତି ଶ୍ରୀ ଅରୁଣ କୁମାର ବଳିଆରସିଂହ ଙ୍କ ନେତୃତ୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରଯାଇଥିଲା । ରାଜ୍ୟ ସରକାର ଜିଲ୍ଲାସ୍ତରରେ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ୨୦୧୭ରୁ ସଂଶୋଧନ କରି ସ୍ନାଚକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ସୁଦ୍ଧା ଅଦ୍ୟାବଧୂ ସେହି ପୁରୁଣା ଶିକ୍ଷାଗତ ଯୋଗ୍ୟତା ” ମାଟ୍ରିକ ” ହାରରେ ଦରମା ପ୍ରଦାନ କରୁଛନ୍ତି , ଯାହା ସାରା ରାଜ୍ୟ ଜିଲ୍ଲା ସ୍ତରରେ ଅମଲାମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ସୃଷ୍ଟି କରିଛି । ଶିକ୍ଷାଗତ ଯୋଗ୍ୟଚା ଆଧାରରେ ଦରମା ସଂଶୋଧନ କରିବା ପାଇଁ ଶୃଙ୍ଖଳିତ ଅମଲା ନେତୃତ୍ବମାନେ ବାରମ୍ବାର ଲେଖା ମାଧ୍ୟମରେ ଦାବି ଉପସ୍ଥାପନା କରିଛନ୍ତି । ଓଡିଶା ର ଏହି ଜନକଲ୍ୟାଣକାରୀ ସରକାର ଭାରତର ଏକ ନମ୍ବର ସରକାର , କର୍ମଚାରୀଙ୍କ ମଧ୍ୟରୁ ପିଅନ , କନେଷ୍ଟବଳ , ଫରେଷ୍ଟଗାର୍ଡ ଠାରୁ ଆରମ୍ଭ କରି ଗ୍ରାମ୍ୟ କୃଷି କର୍ମଚାରୀ , ପଞ୍ଚାୟତ ଏକ୍ନିକ୍ୟୁଟିଭ ଅଫିସର , ଟେକ୍ସସିଆନ , ନର୍ସ , ଡାକ୍ତର , ପ୍ରଶାସନିକ ଅଧିକାରୀ ସ୍ତରରେ ମଧ୍ୟ ବହୁତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ସୁଦ୍ଧା ଜିଲ୍ଲାସ୍ତରରେ ଅମଲାଙ୍କ କ୍ଷେତ୍ରରେ ୨୦୧୭ ଠାରୁ ଏ ପର୍ଯ୍ୟନ୍ତ ଯେଉଁ ଆହେତୁକ ବିଳମ୍ବ କରୁଛନ୍ତି ତାହା ଅମଲାଙ୍କ ମଧ୍ୟରେ ଘୋର ଉଦବେଗ ସୃଷ୍ଟି କରିଛି ଓ ଆଜି ଅମଲାମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଯାଇଛନ୍ତି । ଅମଲାମାନେ ସେମାନଙ୍କର ପରିବାରର ମୌଳିକ ଆବଶ୍ୟକତା ପୂରଣ କରିବାରରେ ଅସମର୍ଥ ହେଉଛନ୍ତି ଓ ତାଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ ବୃଦ୍ଧ ପିତାମାତାଙ୍କର ଚିକିତ୍ସା ଖର୍ଚ୍ଚ ଓ ସାମ୍ପ୍ରତିକ ସମସ୍ତ ପ୍ରକାର ବଜାର ଦର ବୃଦ୍ଧିକୁ ସ୍ବଳ୍ପ ବେତନ କାରଣରୁ ଭରଣ କରିବାରେ ଅଣନିଶ୍ଵାସୀ ହୋଇପଡୁଛନ୍ତି ।

ଏହାର ପରିଣାମ ସ୍ଵରୂପ ଆଜି ଜିଲ୍ଲା ସ୍ତରରେ ଶହ ଶହ ଅମଲା ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାସ୍ତରରେ ଅମଲା ମାନେ ଆଶା କରୁଛନ୍ତି ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତୁରନ୍ତ ଅମଲା ଙ୍କ ଦାବିରେ ହସ୍ତକ୍ଷେପ କରି ଆସନ୍ତା 27/11/2022 ରିଖ ମଧ୍ୟରେ ଏହାର ସମାଧାନ କରନ୍ତୁ । ନଚେତ୍ ରାଜ୍ୟ ସଂଘର ନିଷ୍ପତିକ୍ରମେ ଆସନ୍ତା ତା ୨୭ / ୧୧ / ୨୦୨୨ ରିଖରେ ଭୁବନେଶ୍ବର ଠାରେ ସାରା ରାଜ୍ୟର ଅମଲାମାନଙ୍କ ର ଯେଉଁ ବିଶାଳ ସମାବେଶ ହେବାକୁଅଛି , ସେଥ୍‌ରେ ଆଗାମୀ ଦିନରେ ଯେ କୌଣସି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜିଲ୍ଲା ସଂପାଦକ ଶ୍ରୀ ଗଣେଷ ଚନ୍ଦ୍ର ପୃଷ୍ଟି ଜଣାଇଛନ୍ତି । ଆଜି ଜିଲ୍ଲାର ୮ଟି ଯାକ ବ୍ଲକର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟରୁ ଅମଲା ମାନେ ସ୍ୱେଚ୍ଛାକୃତ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ମାନସ ସାହୁ , କ୍ଷୀରୋଦ ସାହୁ , ଦିଲ୍ଲୀପ ସିଂ , ଜୟନ୍ତ ନାୟକ , ଶୈଳଜା ପ୍ରସାଦ ବେହେରା , ଶ୍ରୀକାନ୍ତ କୁମାର ସର , ସୁଶାନ୍ତ କୁମାର ତ୍ରିପାଠୀ , ମନୋଜ ସାହୁ , ବିଶ୍ବରଞ୍ଜନ ବ୍ରହ୍ମ , ସୁଜାତା ଦାଶ , ସୋନାଲିସ ସାମଲ , ଧରିତ୍ରୀ ସିଂ , ସୌଭାଗିନୀ ସିଂ , ଲିଲୀ ସିଂ , ସୁମିତ୍ରା ମୁର୍ମୁ , ବିକାଶ ଶତପଥୀ , ବିଭୁପ୍ରସାଦ ବେହେରା , ନିରଞ୍ଜନ ପୃଷ୍ଟି , ସନ୍ତୋଷ କୁମାର ସାହୁ , ଏସ.ରଞ୍ଜନ ମହାପାତ୍ର , ଜଗନ୍ନାଥ ଦେହୁରୀ , ଯତୀନ ଦେହୁରୀ , ସୁଦର୍ଶନ ସାହୁ , ସତ୍ୟବ୍ରତ ସାହୁ , ସଞ୍ଜୟ କୁମାର ସାହୁ , ସୁମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.