କୁପାରୀରେ ଫୁଟିଲା ବ୍ରହ୍ମକମଳ ଫୁଲ, ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ହେଉଛି ଆଲୋଚନା

ଖଇରା,(ନାଗରାଜ ନ୍ୟୁଜ): ବ୍ରହ୍ମକମଳ ଫୁଲ ଏବେ ଘରେ ଘରେ ଫୁଟିବା ଆରମ୍ଭ ହୋଇଛି । ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆ ଅଞ୍ଚଳରେ ଫୁଟିଥିଲା । ଆଜି ପୁଣି ଖଇରା ବ୍ଲକର କୁପାରୀ ପଞ୍ଚାୟତରେ ଫୁଟିଥିବା ଦେଖିବାକୁ ମିଳିଛି । ଖଇରା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ ଏବଂ କୁପାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭବଜ୍ଯୋତ୍ସ୍ନା ନାୟକଙ୍କ ଘରବାରିରେ ଗତକାଲି (୧୫/୧୦/୨୦୨୨) ରାତିରେ ଫୁଟିଥିଲା । ଖବରପାଇ ଆଜି ସକାଳେ ସଂପୃକ୍ତ ଅଞ୍ଚଳର ଅନେକ ଲୋକ ଦେଖି ଆନନ୍ଦିତ ହୋଇଥିଲେ । ମହାପ୍ରଭୁଙ୍କ ସୁଦୃଷ୍ଟି କିମ୍ବା ଆଶୀର୍ବାଦ ନହେଲେ ଏ ଫୁଲ ଫୁଟେ ନାହିଁ ବୋଲି ଦେଖଣାହାରୀ ମାନେ କହିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁଦୃଷ୍ଟି ଶ୍ରୀ ରାଉତଙ୍କ ପରିବାର ଉପରେ ପଡିଥିବାରୁ ଏହା ସମ୍ଭବ ହୋଇ ପାରିଛି ଯାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଏଥିରେ ଖୁସି ହୋଇ ପବିତ୍ର ବ୍ରହ୍ମକମଳ ଫୁଲକୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିବା ନିମନ୍ତେ ଶ୍ରୀ ରାଉତଙ୍କ ପରିବାର ପୁରୀ ଯାତ୍ରା କରିଛନ୍ତି ।ପ୍ରକାଶଥାଉକି ଏହା ପୂର୍ବରୁ ଦୁଇଥର ଏହି ପବିତ୍ର ବ୍ରହ୍ମକମଳ ଫୁଲ ଫୁଟିଥିଲା । ପ୍ରଥମଥର କୁପାରୀ ଜଗନ୍ନାଥ ମନ୍ଦିର ଓ ଦିତୀୟ ଥର କୁପାରୀ ଶିବ ମନ୍ଦିରରେ ଅର୍ପଣ କରିଥିଲେ ଶ୍ରୀ ରାଉତ । ଆଜି ସପରିବାର ଶ୍ରୀଜଗନ୍ନାଥଙ୍କୁ ଅର୍ପଣ ନିମନ୍ତେ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.