ଜଗନ୍ନାଥ ସେନା ପକ୍ଷରୁ ରତ୍ନଭଣ୍ଡାର ଲୁଟର ତଦନ୍ତ ପାଇଁ ଦାବିପତ୍ର

ପୁରୀ, (ନାଗରାଜ ନ୍ୟୁଜ): ଭୁବନେଶ୍ୱର ସିବିଆଇ ଅଫିସରେ ଜଗନ୍ନାଥ ସେନାର ଆବାହକ ପିଙ୍କୁ ପଟ୍ଟନାୟକ ଓ ଜଗନ୍ନାଥ ସେନାର ସଦସ୍ୟମାନେ ମିଶି ରତ୍ନଭଣ୍ଡାର ଲୁଟର ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ପ୍ରତି ତିନି ବର୍ଷକୁ ଥରେ ରତ୍ନଭଣ୍ଡାର ଜାଞ୍ଚ ହେବାକଥା କିନ୍ତୁ୧୯୭୮ ମସିହାରୁ ଆଜିଯାଏ ଜାଞ୍ଚ ନାମରେ ରତ୍ନଭଣ୍ଡାର ଲୁଟ ଚାଲିଛି ବୋଲି ଦର୍ଶାଇଥିଲେ । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ନକଲି ଚାବି ମିଳିବା ଘଟଣା ଏସବୁ ସାରା ବିଶ୍ଵବାସୀଙ୍କୁ ଦିନରେ ଜହ୍ନ ଦେଖେଇବା ଭଳି ଘଟଣା ପୁରୀ ପ୍ରଶାସନ ବନ୍ଦ କରନ୍ତୁ ବୋଲି ଜଗନ୍ନାତ ସେନା କହିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ୨୦୦୯ ମସିହା ଫେବୃଆରୀ ମାସରେ ଫୁଲ ପାଛିଆରେ ସୁନାମକୁଟ ଲୁଟ ହେବାର ପିଙ୍କୁ ପଟ୍ଟନାୟକ ନିଜେ ଦେଖିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.