ଶ୍ରୀମନ୍ଦିରରେ ଆଜି ଓଢ଼ଣୀ ଷଷ୍ଠି

ପୁରୀ, (ନାଗରାଜ ନ୍ୟୁଜ ): ମହାପ୍ରଭୁଙ୍କର ମାନବୀୟ ଲୀଳା ଖେଳର ଅଂଶ ବିଶେଷ ପ୍ରବରଣ ବା ଓଢଣୀ ଷଷ୍ଠୀ ନୀତି । ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କୁ ଆଜିଠାରୁ ଘୋଡାଲାଗି କରାଯାଇଛି । ସପ୍ତାହକୁ ସାତ ରଙ୍ଗର ଘୋଡାଲାଗି ହୋଇଥାଏ । ମହାପ୍ରଭୁଙ୍କୁ ଆଜି ହଳଦିଆ ରଙ୍ଗର ଘୋଡାଲାଗି କରାଯାଇଛି । ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି । ମହାପ୍ରଭୁ ଶୀତରୁ ରକ୍ଷା ପାଇବା ପାଇଁ ଆଜି ଠାରୁ ଶୀତ ବସ୍ତ୍ର ପରିଧାନ କରିଛନ୍ତି । ମାର୍ଗଶିର ଶୁକ୍ଳ ଷଷ୍ଠୀକୁ ଓଢଣୀ ଷଷ୍ଠୀ କୁହାଯାଏ ।

Leave a Reply

Your email address will not be published.