ଖଣି ମାଫିଆଙ୍କ ଆକ୍ରମଣରେ କାର୍ଯ୍ୟରତ ସାମ୍ବାଦିକ ଗୁରୁତର

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା):  କାର୍ଯ୍ୟରତ ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ଜଣାଯାଇଛିଯେ, ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକର ସାମ୍ବାଦିକ କୈଳାସ ଚନ୍ଦ୍ର ଦାସକୁ ଆଜି କୁପାରୀ ଅଞ୍ଚଳର କିଛି ଖଣି ମାଫିଆ ଯୋଜନା ବଦ୍ଧ ଭାବେ ଜୀବନରୁ ମାରିଦେବାକୁ ପ୍ରୟାଶ କରିଥିଲେ । ଅପରାହ୍ନ ପ୍ରାୟ ଘ୫.୩୦ମି. ସମୟରେ ସାମ୍ବାଦିକ ଶ୍ରୀ ଦାସ ଖଇରା- କୁପାରୀ ରାସ୍ତାର ଅର୍ଜୁନପୁର ଓ ନହଙ୍ଗ ଛକ ମଝିରେ ଥିବା ପୋଲ ଉପରେ ବସି ଖବର ଲେଖୁଥିବା ବେଳେ ଖଇରା ତହସିଲଦାର ଚୋରା ଖଣିରୁ ପଥର ବୋହୁଥିବା ଏକ ଟ୍ରାକ୍ଟର ଅଟକାଇ ଆଣୁଥିଲେ । ଏହି ସମୟରେ ହଠାତ୍ ଖଣି ମାଫିଆମାନେ ମିଳିତ ଆକ୍ରମଣ କରିଥିଲେ । ବେଲଚା ଓ ରଡ଼ ଦ୍ବାରା ଜୀବନରୁ ମାରିଦେବାର ଚେଷ୍ଟା କରୁଥିବା ବେଳେ କୌଣସି କାରଣରୁ ଶ୍ରୀ ଦାସ ନିଜ ଜୀବନ ବଞ୍ଚାଇ ଗୁରୁତର ଅବସ୍ଥାରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପହଞ୍ଚିଥିଲେ ।

ତେବେ ଏନେଇ ଖଇରାରେ ସାମ୍ବାଦିକ ମାନଙ୍କ ମାଧ୍ୟମରେ ତୀବ୍ର ଆସନ୍ତୋଷ ଦେଖା ଦେଇଥିଲା । ତୁରନ୍ତ ଖବର ପାଇ ଖଇରା ପୋଲିସ ୨ ଜଣ ମାଫିଆମାନଙ୍କୁ ଧରିଥିଲେ । ମାଫିଆଙ୍କ ଆକ୍ରମାଣରେ ଖଇରା ପୋଲିସର ୨ ଜଣ କର୍ମଚାରୀ ଗୁରୁତର ଅବସ୍ଥାରେ କ୍ଷତାକ୍ତ ହୋଇଥିବାର ଜଣାପଡିଛି । ଖଇରା ପୋଲିସ ଏଏସଆଇ ଜୀବନ କୁମାର ଦାସ, କନେଷ୍ଟବଳ ଦୁଃଖିରାମ ସିଂ ଓ ହୋମ ଗାର୍ଡ ବ୍ରହ୍ମାନନ୍ଦ ଓଝା ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ସେମାନଙ଼କୁ ଆକ୍ରମଣ କରି ଆହତ କରିଥିଲେ । ପୋଲିସ କୌଶଳ କ୍ରମେ ଆହତ ହୋଇ ମୁଖ୍ୟ ଅଭିଯୁକ୍ତ ଗଡପୋଖରୀର ମାଧ ଦଳେଇ, ମୁରଲୀ ଦଳେଇକୁ ପୋଲିସ ଗିରଫ କରିଛି । ଅନ୍ଯମାନଙ୍କୁ ଖୋଜାବାକୁ ତଦନ୍ତ ଚଳେଇଛି ପୋଲିସ ।

Leave a Reply

Your email address will not be published.