ରାଜଗାଙ୍ଗପୁରରେ ନବନିର୍ମିତ ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ନବନିର୍ମିତ ହନୁମାନ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଶହଶହ ମହିଳା ଭକ୍ତମାନେ କଳସ ଶୋଭାଯାତ୍ରା କରିଥିଲେ।ପ୍ରଥମେ ସେମାନେ ମନ୍ଦିର ପରିକ୍ରମା କରି ବାଜାଗାଜା ସାଙ୍ଗରେ ବାବାତାଲାବକୁଯାଇ ସେଠାରୁ କଳସରେ ପାଣି ଆଣି ମନ୍ଦିରକୁ ଆସିଥିଲେ । ପରେ ମନ୍ଦର ପୂଜକ ବିଧିବିଧାନ ଅନୁସାରେ ପୂଜା ଅର୍ଚ୍ଚନା କରି ପ୍ରାଣ ପ୍ରତିଷ୍ଠା କରିଥିଲେ । ଏହି ଅବସରରେ ସହରର ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.