କପିଳାଶ ରଘୁନାଥ ଧୂନ ମଠର ମଠଧୀଶ ମହନ୍ତଙ୍କ ତେରହ କାର୍ଯ୍ୟ ସମ୍ପୂର୍ଣ୍ଣ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): କପିଳାସ ରଘୁନାଥ ମଠର ମଠାଧୀଶ ମହନ୍ତ ଶ୍ରୀ ଜୟ କୃଷ୍ଣ ଦାସ ମହାରାଜ ୧୦୩ ବର୍ଷ ବୟସରେ ସାକେତ ଧାମ ପ୍ରାପ୍ତ କରିଥିବା ବେଳେ ଆଜି ସମ୍ପୂର୍ଣ ରୀତିନୀତି ସହ ମହାରାଜଙ୍କ ତେରହ କାର୍ଯ୍ୟ ସମ୍ପୂଣ୍ଣ ହୋଇଛି । ତେବେ ମଠାଧୀଶ ଜୟ କୃଷ୍ଣ ମହାରାଜ ମଠର ପଞ୍ଚମ ମଠାଧୀଶ ଥିଲେ । ସେ ଅନେକ ପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ଥିବା ସହ ସନାତନ ଧର୍ମ ପ୍ରଚାର ପ୍ରସାର କରୁଥିଲେ । ତେବେ ମହାରାଜଙ୍କ ଅନ୍ତିମ ଇଛା ଅନୁସାରେ ତାଙ୍କ ବିୟୋଗ ପରେ ତାଙ୍କ ଶିଷ୍ୟ ପତିତପାବନ ଦାସଙ୍କୁ ମଠର ମହନ୍ତ ଭାବେ ବିବେଚିତ କରାଯାଇଛି ।

ସାଧୁ ସମାଜର ନିୟମ ଅନୁସାରେ ମହାରାଜାଙ୍କ ବିୟୋଗର ତ୍ରୟୋଦସ କାର୍ଯ୍ୟ ପରେ ତାଙ୍କ ଶିଷ୍ୟଙ୍କୁ ମହାରାଜଙ୍କ ସ୍ଥାନରେ ନିଯୁକ୍ତି ଦିଆଯିବ । ଏହି ନିୟମକୁ ପାଳନ କରି ଆଜି ପୁରୀରୁ ଆସିଥିବା ବଡ ଆଖଡ଼ା ମଠର ମଠାଧୀଶ ବାବା ପତିତପାବନ ଦାସ ଙ୍କ ମୁକୁଟ ପିନ୍ଧାଇବା ସହ ତାଙ୍କୁ ମହାରାଜଙ୍କ ସ୍ଥାନରେ ମଠଧୀଶ ଭାବେ ନିଯୁକ୍ତି କରିଥିଲେ । ତେବେ ମହାରାଜଙ୍କ ଆଜିର କାର୍ଯ୍ୟରେ ଚତୃପାଶ୍ୱର୍ରୁ ବହୁ ଭକ୍ତ ଓ ସାଧୁଙ୍କ ସହ ପୁରୀରୁ ଚାରି ସମ୍ପ୍ରଦାୟର ମହନ୍ତ ସମାବେଶ ହୋଇଥିବା ବେଳେ ଭକ୍ତ ଓ ସାଧୁଙ୍କ ସାହାଯ୍ୟ ସହଯୋଗ ଦ୍ୱାରା ମହାରାଜ ଶ୍ରୀ ଜୟ କୃଷ୍ଣଜିଙ୍କ ତେରହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି ।

Leave a Reply

Your email address will not be published.