ଖଇରା ସାମ୍ବାଦିକ ସଂଘ ପକ୍ଷରୁ ଖଇରା ଆଇଆଇସି ଏବଂ ତହସିଲଦାରଙ୍କୁ ଦାବିପତ୍ର

ଖଇରା, (ନାଗରାଜ ନ୍ୟୁଜ): ଗଣତନ୍ତ୍ରରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ନିର୍ଯ୍ୟାତନା ଓ ଆକୃଷ୍ଟ ବଢ଼ି ବଢ଼ି ଚାଲିଛି । ଆଗରୁ ଭ୍ରଷ୍ଟ୍ରାଚାରୀ ଓ ଅପରାଧୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ବେଳେ ଏବେ ଖୋଦ୍ ପ୍ରଶାସନିକ ଅଧିକାରୀ ମାନଙ୍କ ଆକୃଷ୍ଟ ଶିକାର ହେବାକୁ ପଡୁଛି । ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ସାଜିଥିବା ସାମ୍ବାଦିକମାନଙ୍କୁ କେଉଁଠି ମିଛ ମକଦ୍ଦମା ରେ ଫସାଇ ଦିଆଯାଇଛିତ ଆଉ କେଉଁଠି ଅମାନୁଷିକ ଭାବେ ପ୍ରହାର କରାଯାଇଛି । ହେଲେ ଏସବୁ ଘଟଣା ବଢି ଯାଇଛି ବାଲେଶ୍ଵର ଜିଲ୍ଲା ନିଳଗିରି ଥାନା ଅଧିକାରୀନି ଅକ୍ରୁସ କମ୍ରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଅଶାଳୀନ ବ୍ୟବହାର ଓ ମାଡ଼ ମାରିବା ପରେ ଚିକିତ୍ସାଳୟ ରେ ଚିକିତ୍ସା ସମୟରେ ଆତଙ୍କବାଦୀ ଭଳି ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ରେ ଏବେ ସାରା ରାଜ୍ୟରେ ପ୍ରତ୍ୟକଟି କାର୍ଯ୍ୟରତ ସାମ୍ବାଦିକ ଏବଂ ଜନସାଧାରଣଙ୍କ ମନରେ ଗଭୀର ଆଘାତ ଲାଗିଛି । ରାଜ୍ୟ ବ୍ୟାପି ସାମ୍ବାଦିକ ମାନେ ଏହି ଘଟଣା କୁ ନିନ୍ଦା କରିବା ସହ ଏହି ଘଟଣା ରେ ସଂପୃକ୍ତ ଅଧିକାରୀନି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଭିନ୍ନ ଜିଲ୍ଲାର ରେ iic ଙ୍କ ପ୍ରତିବାଦ ଉଦେଶ୍ୟ ରେ ଦାବି ପତ୍ର ଦେଇଛନ୍ତି । ଆଜି ବାଲେଶ୍ଵର ଜିଲ୍ଲା ଖଇରା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ର ପୋଲିସ ଡି ଜି ଙ୍କୁ ଖଇରା ଥାନା ର ଆଇ ଆଇସି ଗଣେଶ୍ଵର ପ୍ରଧାନ ଏବଂ ତହସିଲ ଦାର କାର୍ଯ୍ୟାଳୟ ମହେନ୍ଦ୍ର କୁମାର ବେହେରା ଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ନୀଳଗିରି ଥାନା ଅଧିକାରୀନି ଙ୍କ ବିରୋଧରେ ନାନା ପ୍ରକାର ସ୍ଲୋଗାନ ଦିଆଯାଇଥିଲା,ଦେଖିବାକୁ ବାକି ରହିଲା କାର୍ଯ୍ୟରତ ସାମ୍ବାଦିକ କିଭଳି ନ୍ୟାୟ ପାଉଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.