ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ଯୋଗୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଠକପଡ଼ା ଠାରେ କୋଶଳୀ ବାଲ୍ମୀକି ତଥା କୋଶଳୀ ରାମାୟଣର ରଚୟିତା, କୋଶଲ ମାଟିର ଗର୍ବ ଓ ଗୌରବ ସ୍ୱର୍ଗତ କବି ଇନ୍ଦ୍ରମଣି ସାହୁଙ୍କର ଆଜି ଜନ୍ମ ଜୟନ୍ତୀ । ଠକପଡାରେ ଆଜି କୋଶଳୀ ସଂସ୍କୃତି ଦିବସ ପାଳିତ ହୋଇଛି । ଆଜିର ଏହି ଜୟନ୍ତୀ ସମାରୋହ ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ତେଲି ବଶ୍ୟ ସମାଜର ସଭାପତି ସହଦେବ ସାହୁ, ସମ୍ମାନିତ ଅତିଥି ଭାବରେ କୁମ୍ପଟ ସାହୁ, ଶ୍ୟାମ ସୁନ୍ଦର ସାହୁ ଓ ଦଶରଥ ସାହୁ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ କବିଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ଇନ୍ଦ୍ରମଣି ସାହୁ ଜଣେ ମହାନ କବି ଭାବରେ ଜଣାଶୁଣା ଥିଲେ ।
ସେ କୋଶଳୀ ଭାଷାରେ ସାତ ଖଣ୍ଡ ରାମାୟଣ ରଚନା କରି କେବଳ ପ୍ରଥମ ସ୍କନ୍ଦ ମୁଦ୍ରଣ ହୋଇଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଆହୁରି ଛଅ ସ୍କନ୍ଦ ମୁଦ୍ରଣ ହୋଇନାହିଁ । ଏହି ଛଅ ଗୋଟି ପାଣ୍ଡୁଲିପିକୁ ମୁଦ୍ରଣ କରିବା ସହ ସ୍ୱର୍ଗତ କବିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସଭାରେ ଦାବୀ ଉଠାଇଥିଲେ ବକ୍ତାମାନେ । ଆଜିର ଏହି କାର୍ୟ୍ୟକ୍ରମରେ ତୁଳସୀ ସାହୁ, ବସନ୍ତ ସାହୁ, ସାମନ୍ତ ସାହୁ ଓ ରଞ୍ଜନ ସାହୁ ସହଯୋଗ କରିଥିଲେ ।