କୁନି ଝିଅର ଉଚ୍ଚ ଆଶା; ମୁଁ ଜର୍ଜ ହେବି ମ୍ୟାଡମ, ଅପରାଧିଙ୍କୁ ଦଣ୍ଡିତ କରିବି

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ଛୋଟ କୁନି ଝିଅ । ମୁଁ ଜର୍ଜ ହେବି ମ୍ୟାଡମ । ଅପରାଧୀମାନଙ୍କୁ ଉଚିତ୍ ଦଣ୍ଡ ଦେବି । ଏପରି ଏକ ଛୋଟ ଝିଅର ୟ ଫୋଟୋ ସହ ନିଜେ ପ୍ରସାଶନିକ ଅଧିକାରିଣୀ ଝିଅକୁ ନିଜ ସିଟ୍ ରେ ବସାଇ ସୋସିଆଲ ମିଡିଆରେ ଫଟୋ ଛାଡ଼ିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ସାନକଳଙ୍ଗାପାଲି ଗ୍ରାମର ଦେବାନନ୍ଦ ସାହୁ ଙ୍କ ଝିଅ ଶୁଭଶ୍ରୀସାହୁ । ସେ ବର୍ତ୍ତମାନ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି । ଶୁଭଶ୍ରୀ ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ପରିକ୍ଷା ଦେବା ପାଇଁ ଜୋରଜୋରରେ ପ୍ରସ୍ତୁତ ଚଲାଇଛନ୍ତି । ଶୁଭଶ୍ରୀଙ୍କ ଜାତିଗତ ପ୍ରମାଣପତ୍ର ଲାଗି ଗତ ୬ ଜାନୁୟାରୀ ଦିନ ବାପା ଓ ମା’ଙ୍କ ସଙ୍ଗରେ ପାଟଣାଗଡ଼ ଯାଇଥିଲେ । ଜାତିଗତ ପ୍ରମାଣପତ୍ର ପାଇଁ ତହସିଲଦାରଙ୍କ ଦସ୍ତଖତ ଆବଶ୍ୟକ ରହିଥିଲା । ତହସିଲ ଅଫିସରେ ଭିଡ଼ ଥିବାରୁ ଶୁଭଶ୍ରୀଙ୍କ ବାପା ଦେବାନନ୍ଦ ଓ ମା’ ପୁଷ୍ପାଞ୍ଜଳି ସାହୁ ପାଟଣାଗଡ଼ କୋଟ ପରିସରରେ ବସିଥିବା ବେଳେ ଶୁଭଶ୍ରୀ ହଠାତ୍ ତହସିଲଦାରଙ୍କ ଅଫିସ ପଶିଯାଇଥିଲେ ।

ଶୁଭଶ୍ରୀଙ୍କୁ ଦେଖି ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା ନିଜ ସିଟରେ ବସାଇ କାହିଁ ଆସିଛ ଓ କେଉଁ କ୍ଲାସରେ ପଢୁଛ ବୋଲି ପଚାରିଥିଲେ । ଶୁଭଶ୍ରୀ ନିଜ ପରିଚୟ ଦେବା ସହ ମୁଁ ପଞ୍ଚମ ଶ୍ରେଣୀରେ ପଢୁଛି । ଆଉ ନବୋଦୟ ପରୀକ୍ଷା ପାଇଁ ପସ୍ତୁତ ହେଉଛି । ଏହାପରେ ଶୁଭଶ୍ରୀ କହିଥିଲେ ମୁଁ ଜର୍ଜ ହେବି ମ୍ୟାଡମ । ଏହାପରେ ତହସିଲଦାର ଡା. ପଣ୍ଡା ଅନ୍ୟ ଚାକିରି ନକରି ଜର୍ଜ କାହିଁକି ହେବ ବୋଲି ପ୍ରଶ୍ନ କରିଥିଲେ । କୁନି ଝିଅଟି କହିଥିଲା ଦୁନିଆରେ ବହୁତ ଅପରାଧ ଘଟୁଛି । ମୁଁ ୟୁଟ୍ୟୁବରେ ଦେଖିଛି । ତେଣୁ ମୁଁ ଜର୍ଜ ହେବି ମ୍ୟାଡମ । ଅପରାଧୀ ମାନଙ୍କୁ ଉଚିତ୍ ଦଣ୍ଡ ଦେବି ବୋଲି କହିଥିଲେ ଶୁଭଶ୍ରୀ । କୁନି ଝିଅ ଶୁଭଶ୍ରୀର ଏହିପରି କଥା ଶୁଣି ତହସିଲଦାର ଡା. ପଣ୍ଡା ଶୁଭଶ୍ରୀଙ୍କୁ ନିଜ ସିଟ୍ ରେ ବସାଇ ବାଦାମ ଖୁଆଇବା ସହ ଏକ ପେନ୍ ଦେଇଥିଲେ । ଶୁଭଶ୍ରୀଙ୍କ ବାପା ଦେବାନନ୍ଦ ମଧ୍ୟ ତହସିଲଦାର ଡା. ପଣ୍ଡାଙ୍କୁ ଧନ୍ୟବାଦ ଦେବା ସହ ଝିଅ ଶୁଭଶ୍ରୀର ଉଚ୍ଚ ଆକାଂକ୍ଷା ପୂରଣ କରିବା ଦିଗରେ ପ୍ରଶାସନର ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published.